ଆସନ୍ତାକାଲିଠୁ ରାଜ୍ୟର ୧୪ଟି ଜିଲ୍ଲାରେ ଲାଗୁ ହେବ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ; ହିତାଧିକାରୀଙ୍କୁ ରିହାତି ଦରରେ ମିଳିବ ଖାଦ୍ୟଶସ୍ୟ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟର ୧୪ଟି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେବ। ଯୋଜନାରେ ସାମିଲ ହୋଇଥିବା ହିତାଧୀକାରୀଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ୱା ଗହମ ଯୋଗାଇ ଦିଆଯିବ। ଚାଉଳ କିଲୋ ପିଛା ୩ ଟଙ୍କା ଓ ଗହମ ୨ ଟଙ୍କାରେ ମିଳିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୬ ଲକ୍ଷ ୩୩ ହଜାର ପରିବାରର ୯୩ ଲକ୍ଷ ୩୫ ହଜାର ଲୋକ ଏହା ଦ୍ୱାରା […]

chaula

chaula

Rakesh Mallick
  • Published: Sunday, 15 November 2015
  • Updated: 16 November 2015, 02:30 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟର ୧୪ଟି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେବ। ଯୋଜନାରେ ସାମିଲ ହୋଇଥିବା ହିତାଧୀକାରୀଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ କିମ୍ୱା ଗହମ ଯୋଗାଇ ଦିଆଯିବ। ଚାଉଳ କିଲୋ ପିଛା ୩ ଟଙ୍କା ଓ ଗହମ ୨ ଟଙ୍କାରେ ମିଳିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୨୬ ଲକ୍ଷ ୩୩ ହଜାର ପରିବାରର ୯୩ ଲକ୍ଷ ୩୫ ହଜାର ଲୋକ ଏହା ଦ୍ୱାରା ଉପକୃତ ହେବେ।

ପଞ୍ଚାୟତ ସ୍ତରରେ ଖୋଲାଯାଇଥିବା ରାସନ କେନ୍ଦ୍ରକୁ ଯାଇ ହିତାଧିକାରୀ ଖାଦ୍ୟଶସ୍ୟ ପାଇପାରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଯୋଗାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ସଚିବ ମଧୁସୂଦନ ପାଢ଼ୀ।

ସେପଟେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା। କେତେର ସ୍ଥାନରେ ଆବେଦନକାରୀ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଯୋଜନାରେ ସାମିଲ ହୋଇଥିଲେ ମଧ୍ୟ କିଛି ହିତାଧିକାରୀଙ୍କୁ ଏଯାଏଁ କାର୍ଡ ମିଳିନାହିଁ। ତେଣୁ ଯୋଜନାର ସଫଳ କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ହିତାଧିକାରୀ ଚୟନରେ ଆଦୌ ସ୍ୱଚ୍ଛତା ନ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ଗୋଟିଏ ଗୋଟିଏ ପଞ୍ଚାୟତରେ ଗରିବ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ନାହିଁ। ତାଲିକାରେ ସେମାନଙ୍କ ନାଁ ନାହିଁ। କିନ୍ତୁ ଥିଲାବାଲାଙ୍କ ନାଁ ରହିଛି। ତେଣୁ ସରକାର ଗରିବ ଲୋକଙ୍କ ଏଥିରେ ସାମିଲ କରନ୍ତୁ। ଯୋଜନା କାର୍ଯ୍ୟକାରୀ କରିବା ନେଇ ତରବର ହେବାର କିଛି ନାହିଁ। ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି ଯେ ଯେଉଁ ଅଯୋଗ୍ୟ ହିତାଧିକାରୀମାନେ କୌଣସି ପ୍ରକାରେ ଖାଦ୍ୟ ସୁରକ୍ଷା ଆଇନ ତାଲିକାଭୁକ୍ତ ହୋଇଛନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଉ ଯେଉଁ ପ୍ରକୃତ ହିତାଧିକାରୀମାନେ ତାଲିକାଭୁକ୍ତ ହୋଇନାହାନ୍ତି ସେମାନଙ୍କ ପାଇଁ ନିରନ୍ତର ସୁଯୋଗ ରହିଛି।

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ଅବଶିଷ୍ଟ ୧୬ଟି ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୨ କୋଟି ୧ ଲକ୍ଷରୁ ଅଧିକ ହିତାଧୀକାରୀଙ୍କୁ କାର୍ଡ ବଣ୍ଟନ ଚାଲିଛି। ଆସନ୍ତାମାସ ପହିଲାରୁ ଏମାନଙ୍କୁ ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ଲକ୍ଷ୍ୟ ରହିଥିଲେ ମଧ୍ୟ ଏହା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରିବା ନେଇ ସନ୍ଦେହ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos