ନଗଡ଼ା ପାଇଁ କଣ କରିଛ ଜଣାଅ: ଏନ୍‌ଏଚ୍‌ଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଗଡ଼ାରେ କୁପୋଷଣ ନେଇ ଏନ୍‌ଏଚ୍‌ଆରସିଙ୍କ ଜବାବ ତଲବ। ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ଏନ୍‌ଏଚ୍‌ଆରସି। ଏଥିରେ କୁପୋଷଣ ରୋକିବାକୁ ପଦକ୍ଷେପ ସଂପର୍କରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନକଲେ ବ୍ୟକ୍ତିଗତ ହାଜିରା ପାଇଁ କୁହାଯାଇଛି।  ମାନବାଧିକାର କର୍ମୀଙ୍କ ପିଟିସନ ଉପରେ ଏନ୍‌ଏଚ୍‌ଆରସି ଏହି ଜବାବ ତଲବ କରିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ନଗଡ଼ା ସ୍ଥିତି ବଦଳୁନଥିବା ଅଭିଯୋଗ ହେଉଛି। ନଗଡ଼ାରେ ଶିଶୁଙ୍କୁ ଏବେବି ପୁଷ୍ଟିକର ଖାଦ୍ୟ ମିଳୁ ନଥିବା ପିଟିସନ୍‌ରେ ଉଲ୍ଲେଖ ରହିଛି। ୨୦୧୬ ଜୁଲାଇରେ ନଗଡ଼ା ସ୍ଥିତି ଗଣମାଧ୍ୟମରେ ପଦାକୁ ଆସିଥିଲା।

୨୦୧୬ ଜୁନ୍ ଓ ଜୁଲାଇରେ ଅପପୁଷ୍ଟି ଓ ମୃତ୍ୟୁର ଇଲାକା କୁହାଯାଉଥିବା ନଗଡ଼ାରେ ଦେଖିବାକୁ ମିଳିଥିଲା କରୁଣ ଚେହେରା। ଅପପୁଷ୍ଟି ସହ ଲଢ଼ି ଲଢ଼ି ମରିଗଲେ ୨୦ରୁ ଊର୍ଦ୍ଧ୍ୱ ଶିଶୁ। ଦୀର୍ଘଦିନ ଧରି ଗଣମାଧ୍ୟମର ଶିରୋନାମା ପାଲଟିଲା ଏ ଚର୍ଚ୍ଚିତ ଖବର। ଏଥିପାଇଁ ଦେଶ ବିଦେଶରେ ଲଜ୍ଜିତ ହୋଇଥିଲା ଓଡ଼ିଶା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।