କୁନ୍ଦୁଲି ଘଟଣାର ତଦନ୍ତ ସାରି ବିଶାଖାପାଟଣା ଫେରିଲା ଏନଏଚ୍‌ଆରସି ଟିମ୍‌

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାର ତଦନ୍ତ ସାରି ଫେରିଛି ଏନଏଚ୍‌ଆରସି ଟିମ୍‌। ଡିଏସପି ରବି ସିଂଙ୍କ ନେତୃତ୍ୱରେ ଆସିଥିବା ଏନଏଚ୍‌ଆରସି ଟିମ୍ କୋରାପୁଟରେ ୪ଦିନ ଧରି ତଦନ୍ତ କରିବା ପରେ ଆଜି ବିଶାଖାପାଟଣା ଫେରିଯାଇଛି। ଟିମ୍ ଦିଲ୍ଲୀ ଏନଏଚ୍‌ଆରସି ଅଫିସରେ ରିପୋର୍ଟ ଦାଖଲ କରିବେ। ଏନଏଚ୍‌ଆରସି ଟିମ୍ ଅଞ୍ଚଳରେ ମୁତୟନ ଥିବା ବିଏସ୍ଏଫ୍, କୋବ୍ରା, ଓଏସ୍ଓପି, ଆଇଆରବି, ଏସ୍ଓଜି ଓ ଅର୍ଦ୍ଧସାମରିକ ବାହିନୀର ବାଟାଲିୟନ ମୁଖ୍ୟଙ୍କ ସହିତ ଗତକାଲି ଆଲୋଚନା କରିଥିଲେ। ଯେଉଁ ସମୟରେ ପୀଡ଼ିତା […]

nn

nn

Rakesh Mallick
  • Published: Friday, 09 February 2018
  • Updated: 09 February 2018, 02:01 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଘଟଣାର ତଦନ୍ତ ସାରି ଫେରିଛି ଏନଏଚ୍‌ଆରସି ଟିମ୍‌। ଡିଏସପି ରବି ସିଂଙ୍କ ନେତୃତ୍ୱରେ ଆସିଥିବା ଏନଏଚ୍‌ଆରସି ଟିମ୍ କୋରାପୁଟରେ ୪ଦିନ ଧରି ତଦନ୍ତ କରିବା ପରେ ଆଜି ବିଶାଖାପାଟଣା ଫେରିଯାଇଛି। ଟିମ୍ ଦିଲ୍ଲୀ ଏନଏଚ୍‌ଆରସି ଅଫିସରେ ରିପୋର୍ଟ ଦାଖଲ କରିବେ।

ଏନଏଚ୍‌ଆରସି ଟିମ୍ ଅଞ୍ଚଳରେ ମୁତୟନ ଥିବା ବିଏସ୍ଏଫ୍, କୋବ୍ରା, ଓଏସ୍ଓପି, ଆଇଆରବି, ଏସ୍ଓଜି ଓ ଅର୍ଦ୍ଧସାମରିକ ବାହିନୀର ବାଟାଲିୟନ ମୁଖ୍ୟଙ୍କ ସହିତ ଗତକାଲି ଆଲୋଚନା କରିଥିଲେ। ଯେଉଁ ସମୟରେ ପୀଡ଼ିତା ଦୁଷ୍କର୍ମର ଅଭିଯୋଗ ଆଣିଥିଲେ, ସେହି ସମୟରେ ଯବାନଙ୍କ ଗତିବିଧି ପଚାରି ବୁଝିଥିଲେ। ଏହା ସହିତ ରାଜ୍ୟ ଫୋରେନସିକ୍ ଲାବୋରୋଟୋରିର ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏସପି ରାଧାବିନୋଦ ପାଣିଗ୍ରାହୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏନଏଚ୍‌ଆରସି ଟିମ୍ ପୀଡ଼ିତାଙ୍କ ଚିକିତ୍ସା ପ୍ରକ୍ରିୟାରେ ସଂପୃକ୍ତ ଥିବା ଡାକ୍ତରଙ୍କ ସହିତ ମଧ୍ୟ କଥା ହୋଇଥିଲେ।  ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତକାଲି ଏନଏଚ୍‌ଆରସିର କେତେକ ସଦସ୍ୟ ପୁଣି ଥରେ ପୀଡ଼ିତାଙ୍କ ଘରକୁ ଯାଇ ମାଆ ଓ ଖୁଡ଼ୀଙ୍କ ସହିତ ଆଲୋଚନା କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos