କୁନ୍ଦୁଲି ଘଟଣାର ତଦନ୍ତ କରିବ ଏନ୍‌ଏଚଆସିର ସ୍ୱତନ୍ତ୍ର ଟିମ୍‌ , ସେପଟେ କୋଲକତା ଗଲା ପୀଡିତାଙ୍କ ବସ୍ତ୍ର

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁର୍ଷ୍କମ ଅଭିଯୋଗ ସହ ପୀଡିତା ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ।  ଏଥିପାଇଁ ଜାତୀୟ ମାନବାଧିକାର କମିଶନ (NHRC)  ଇନଭେଷ୍ଟିଗେସନ ଡିଭିଜନ ଡିଜିଙ୍କୁ ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ୧୫ ଦିନ ଭିତରେ ତଦନ୍ତ ସାରି ଟିମ୍ ତାଙ୍କ ରିପୋର୍ଟ ଦେବେ।  ଏପଟେ ଷ୍ଟେଟ ଫରେନସିକ୍‌ ଲ୍ୟାବ୍‌ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଆଉ ଥରେ ପରୀକ୍ଷା ପାଇଁ କୋଲକତାର ସେଣ୍ଟ୍ରାଲ ଲ୍ୟାବକୁ ପଠାଯାଇଛି ନମୁନା। ସେପଟେ କେଉଁ […]

kunduli-1-768x576

kunduli-1-768x576

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 09:06 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କୁନ୍ଦୁଲି ଗଣଦୁର୍ଷ୍କମ ଅଭିଯୋଗ ସହ ପୀଡିତା ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ।  ଏଥିପାଇଁ ଜାତୀୟ ମାନବାଧିକାର କମିଶନ (NHRC)  ଇନଭେଷ୍ଟିଗେସନ ଡିଭିଜନ ଡିଜିଙ୍କୁ ଟିମ୍ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।  ୧୫ ଦିନ ଭିତରେ ତଦନ୍ତ ସାରି ଟିମ୍ ତାଙ୍କ ରିପୋର୍ଟ ଦେବେ।  ଏପଟେ ଷ୍ଟେଟ ଫରେନସିକ୍‌ ଲ୍ୟାବ୍‌ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ଆଉ ଥରେ ପରୀକ୍ଷା ପାଇଁ କୋଲକତାର ସେଣ୍ଟ୍ରାଲ ଲ୍ୟାବକୁ ପଠାଯାଇଛି ନମୁନା।

ସେପଟେ କେଉଁ ପରିସ୍ଥିତିରେ ପୀଡିତା ଆତ୍ମହତ୍ୟା କଲେ ତା’ର କାରଣ ଦର୍ଶାଇବା ପାଇଁ ମଧ୍ୟ ଏନଏଚ ଆରସି ରାଜ୍ୟ ଏନ୍‌ଏଚ୍‌ ଆରପିସିର ଅତିରିକ୍ତ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି।   ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏହି ମାମଲାରେ ତଦନ୍ତ କରି ଯାହା ତଥ୍ୟ ପ୍ରମାଣ ପାଇଛନ୍ତି, ସେସବୁ ମଧ୍ୟ ଏନଏଚଆରସିର ତଦନ୍ତ କାରୀ ଟିମକୁ ଦେବା ପାଇଁ କୁହାଯାଇଛି।  ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନର ବିଚାର କରି ଜାତୀୟ ମାନବାଧିକାରୀ କମିଶନ ଏହି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏପଟେ ରାଜ୍ୟ ଫୋରନେସିକ ଲାବର ପ୍ରାଥମିକ ରିପୋର୍ଟକୁ ବଦଳାଇବାକୁ ଉଦ୍ୟମ ନେଇ ଅଭିଯୋଗ ଉଠିବା ପରେ ପୁଣି ଥରେ ପରୀକ୍ଷା ପାଇଁ କୋଲକତାର ସେଣ୍ଟ୍ରାଲ ଫୋରେନିସିକ ଲାବକୁ ନମୁନା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି । ଏ ନେଇ କୋର୍ଟଙ୍କ ଅନୁମତି ନେଇ ନମୁନାକୁ କୋଲକତା ପଠାଯାଇ ସାରିଲାଣି । ପୀଡିତାଙ୍କ ଅନ୍ତ୍ରବସ୍ତ୍ରରେ ୨ ଜଣଙ୍କ ସିମେନର ଦାଗ ଥିବା ନେଇ ଫୋରନେସିକ ଲାବ ଅକ୍ଟୋବର ୧୭ରେ କରିଥିବା ପରୀକ୍ଷାରୁ  ଜଣାପଡିଥିଲା।  ଓଟିଭିରେ ଏହି ଖବର ପ୍ରସାରିତ ହେବା ପରେ ପ୍ରଥମେ ଏହାକୁ ପ୍ରିଲିମିନାରୀ  ଇଣ୍ଟର ଡିଭିଜନାଲ  ରିପୋର୍ଟ ଓ ପରେ ଡ୍ରାପ୍ଟ ଇଣ୍ଟର ଡିଭିନାଲ ରିପୋର୍ଟ ବୋଲି କହିଥିଲେ ଲାବ କର୍ତ୍ତୃପକ୍ଷ । ଶେଷରେ ରିପୋର୍ଟ ତାଙ୍କର କି ନୁହେଁ କହିପାରିବେ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଥିଲେ ଲାବର ନିର୍ଦ୍ଦେଶକ।  ଏସବୁ ଭିତରେ କୋର୍ଟରେ ଦାଖଲ ହୋଇଥିବା ଲାବର ଦିତୀୟ ରିପୋର୍ଟରେ ସିମେନର ଚିହ୍ନ ନ ଥିବା ନେଇ ମଧ୍ୟ ଓଟିଭି ଖବର ପ୍ରସାରଣ କରିଥିଲା।  ଏସବୁ ଭିତରେ ସନ୍ଦେହ ଘେରକୁ ଆସିଥିଲା ଫୋରନେସିକ ଲାବର ଭୂମିକା।

https://youtu.be/H7NebluM5j8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos