ନିଆଳିରେ ମେଣ୍ଢାଭୁତ ଖୋଜା ଆରମ୍ଭ କଲା ଶିମିଳିପାଳର ସ୍ୱତନ୍ତ୍ର ଟିମ୍‌

ଭୁବନେଶ୍ୱର: ନିଆଳି ମେଣ୍ଢା ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦାହଟୁନି। ଅଜଣା ଜନ୍ତୁ ସମ୍ପର୍କରେ ଜାଣିବା ପାଇଁ ଶିମିଳିପାଳରୁ ଆସିଥିବା ୧୮ ଜଣିଆ ଟିମ୍‌ ନିଆଳିରେ ପହଞ୍ଚିଛି। ବାରିପଦା ଡିଏଫ୍ଓ ସଂଜୟ ସ୍ୱାଇଁଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଆଜି ବିଭିନ୍ନ ଗାଁକୁ ଯାଇ ଅଜଣା ଜନ୍ତୁଙ୍କ ପାଦଚିହ୍ନ ସଂଗ୍ରହ କରିଛି। ଏହାଛଡ଼ା ମେଣ୍ଢା ମୃତ୍ୟୁ କାରଣ ଖୋଜୁଛି। ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେବା ନିଆଳି ଓ ଏହାର ଆଖପାଖ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣ […]

niali seep death

niali seep death

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 09:42 PM IST

Sports

Latest News

ଭୁବନେଶ୍ୱର: ନିଆଳି ମେଣ୍ଢା ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦାହଟୁନି। ଅଜଣା ଜନ୍ତୁ ସମ୍ପର୍କରେ ଜାଣିବା ପାଇଁ ଶିମିଳିପାଳରୁ ଆସିଥିବା ୧୮ ଜଣିଆ ଟିମ୍‌ ନିଆଳିରେ ପହଞ୍ଚିଛି। ବାରିପଦା ଡିଏଫ୍ଓ ସଂଜୟ ସ୍ୱାଇଁଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଆଜି ବିଭିନ୍ନ ଗାଁକୁ ଯାଇ ଅଜଣା ଜନ୍ତୁଙ୍କ ପାଦଚିହ୍ନ ସଂଗ୍ରହ କରିଛି। ଏହାଛଡ଼ା ମେଣ୍ଢା ମୃତ୍ୟୁ କାରଣ ଖୋଜୁଛି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେବା ନିଆଳି ଓ ଏହାର ଆଖପାଖ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣ ମେଣ୍ଢାଙ୍କ ମୃତ୍ୟୁ ଘଟୁଛି। ଇତି ମଧ୍ୟରେ ୩୦୦ରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ହେଲାଣି। ହେଲେ ମେଣ୍ଢା ମୃତ୍ୟୁର ପ୍ରକୃତ କାରଣ ଜାଣାପଡ଼ୁନି। ଏନେଇ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପ୍ରଭାବିତ ଗାଁରେ ସିସିଟିଭି ଓ ଜନ୍ତା ବସାଇଥିଲା। ଏହା ସତ୍ତ୍ୱେ ଅଜଣା ଜନ୍ତୁଟି ଅନ୍ଧାର ରାତିର ସୁଯୋଗ ନେଇ ମେଣ୍ଢା ଶିକାର କରୁଥିଲା। ପରେ ନନ୍ଦନକାନନରୁ ଆସିଥିବା ଏକ ଟିମ୍‌ ପ୍ରାଥମିକ ତଦନ୍ତ କରି ରାମଶିଆଳ ବୋଲି କହିଥିଲା। ଏପରିକି ଜନ୍ତା ବସାଇଥିଲା। ମାତ୍ର ଜନ୍ତାରେ ଅଜଣା ଜନ୍ତୁ ପଡ଼ୁନଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos