ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା: ହତ୍ୟା, ଆକ୍ରମଣ ଓ ଘରପୋଡ଼ି

ମାଲକାନଗିରି/ଭୁବନେଶ୍ୱର: ଆଜି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଫଳରେ ଅନେକ ଆହତ ହୋଇଛନ୍ତି। ଏହାଛଡ଼ା କେତେକ ସ୍ଥାନରେ ମୌଳିକ ସମସ୍ୟା ପୂରଣ ପାଇଁ ଗାଁ ଲୋକେ ଭୋଟ ବର୍ଜନ କରିଛନ୍ତି। ବଲାଙ୍ଗିର ସଦର ଥାନା ଭୁଣ୍ଡିମୁହାଣ ୨୨ ନମ୍ୱର ଜୋନର ବିଜୟୀ ପ୍ରାର୍ଥୀ ଶ୍ରୀଧର ବାରିକଙ୍କ ପୋଲିଂ ଏଜେଣ୍ଟଙ୍କୁ ହତ୍ୟା କରାଯାଇଛି। ଆଜି ତାଙ୍କ ମୃତଦେହ ପତରା ଜଙ୍ଗଲରୁ ପୋଲିସ ଉଦ୍ଧାର କରିଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଚୁଡ଼ାପାଲିଠାରେ ବଲାଙ୍ଗିର-ପାଟଣାଗଡ଼ […]

p

p

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 11:05 PM IST

Sports

Latest News

ମାଲକାନଗିରି/ଭୁବନେଶ୍ୱର: ଆଜି ହୋଇଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଫଳରେ ଅନେକ ଆହତ ହୋଇଛନ୍ତି। ଏହାଛଡ଼ା କେତେକ ସ୍ଥାନରେ ମୌଳିକ ସମସ୍ୟା ପୂରଣ ପାଇଁ ଗାଁ ଲୋକେ ଭୋଟ ବର୍ଜନ କରିଛନ୍ତି।

ବଲାଙ୍ଗିର ସଦର ଥାନା ଭୁଣ୍ଡିମୁହାଣ ୨୨ ନମ୍ୱର ଜୋନର ବିଜୟୀ ପ୍ରାର୍ଥୀ ଶ୍ରୀଧର ବାରିକଙ୍କ ପୋଲିଂ ଏଜେଣ୍ଟଙ୍କୁ ହତ୍ୟା କରାଯାଇଛି। ଆଜି ତାଙ୍କ ମୃତଦେହ ପତରା ଜଙ୍ଗଲରୁ ପୋଲିସ ଉଦ୍ଧାର କରିଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଚୁଡ଼ାପାଲିଠାରେ ବଲାଙ୍ଗିର-ପାଟଣାଗଡ଼ ରାସ୍ତାକୁ ଅବରୋଧ କରିଥିଲେ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ।

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ପାଲୁର ଗାଁରେ ନିର୍ବାଚନୀ ହିଂସାକାଣ୍ଡ ଘଟିଛି।  ଏଠାରେ ଜଣେ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ପରାଜିତ ଗୋଷ୍ଠୀର ସଦସ୍ୟମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ୧୯ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବରଗଡ଼ ଜିଲ୍ଲା ବିଜେପୁର ଗଟିଗାଁରେ ସରପଞ୍ଚ ପ୍ରାର୍ଥୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଏପରିକି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ମାଡ଼ ମାରିବା ସହ ଆସବାବପତ୍ର ଓ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ନଡ଼ିଆ ବରାଇ ପଞ୍ଚାୟତ ଓଉପଡ଼ା ଗାଁର ପରାଜିତ ୱାର୍ଡ ମେମ୍ୱର ପ୍ରାର୍ଥୀ ତ୍ରିନାଥ ପ୍ରଧାନଙ୍କ ଘରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି।

ମାଲକାନଗିରି ଜିଲ୍ଲା ଖଇରପୁଟ କଂଗ୍ରେସ କର୍ମ ଚିରଞ୍ଜୀବ ପଟ୍ଟନାୟକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅପହରଣ ପଛରେ ବିଜେଡି ନେତାଙ୍କ ହାତ ଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos