ନିହାର ନଳିନୀଙ୍କ ପରଲୋକ, ସ୍ୱାମୀଙ୍କ ସହ ମିଶି ଖଇରୀକୁ ପାଳିଥିଲେ

କଟକ (ଓଡ଼ିଶା ରିପୋର୍ଟର): ବାଘରାଣୀ ‘ଖଇରୀ’କୁ ଘରେ ପାଳି ଚର୍ଚ୍ଚାରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁଙ୍କର ଦେହାନ୍ତ ହୋଇଛି। କଟକ ସିଦ୍ଧେଶ୍ୱର ସାହି ଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ସେ  ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

୧୯୭୪ ମସିହାରେ ନିହାର ନଳିନୀଙ୍କ ସ୍ୱାମୀ ସରୋଜ ରାୟ ଚୌଧୁରୀ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ଥିଲେ। ଥରେ ସ୍ୱାମୀସ୍ତ୍ରୀ ବୁଲୁଥିବା ସମୟରେ ଖଇରା ନଦୀ କୂଳରୁ ଏକ ବାଘ ଛୁଆକୁ ଏକୁଟିଆ ପାଇ ତାକୁ ଘରକୁ ଆଣିଥିଲେ। ଦୀର୍ଘ ସାତବର୍ଷ ଧରି ନିଜ ପିଲା ଭଳି ତାର ଲାଳନ ପାଳନ କରିଥିଲେ ନିହାର ଓ ସରୋଜ। ଆଉ ବାଘଟିର ନାଁ ଦିଆଯାଇଥିଲା ଖଇରୀ।

Cuttack
ମହାବଳ ବାଘକୁ ଘରେ ପାଳି ଚର୍ଚ୍ଚାରେ ଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁଙ୍କ ପରଲୋକ

୧୮୮୧ ମସିହାରେ ଖଇରୀର ମୃତ୍ୟୁ ହୋଇଥିଲା। ପରେ ସରୋଜ ରାୟ ଚୌଧୁରୀଙ୍କର ମୃତ୍ୟୃ ହେବା ପରେ ବୃଦ୍ଧା ଆଶ୍ରମକୁ ଚାଲି ଆସିଥିଲେ ନିହାର ନଳିନୀ। ସେମାନଙ୍କର ପିଲାଛୁଆ ନଥିଲେ। ବୃଦ୍ଧାଶ୍ରମରେ ରହିବା ବେଳେ ବି ନଳିନୀ ଖଇରୀକୁ ମନେ ପକାଉ ଥିଲେ।

ଗତକାଲି ସେ ଖାଇ ସାରି ଶୋଇବାକୁ ଯାଇଥିଲେ। ତା’ ପରେ ଆଉ ଉଠି ନ ଥିଲେ। ପରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।