ପୁରୀ: ନୀଳାଦ୍ରିବିଜେ ନୀତି ସମୟରେ ବିଶୃଙ୍ଖଳା ସୃଷ୍ଟି କରି ଗିରଫ ହୋଇ ଜେଲରେ ଥିବା ସେବାୟତଙ୍କ ଜାମିନ ଆବେଦନର ଶୁଣାଣି ଆଜି ହୋଇପାରେ। ଗିରଫ ମୋଟ ୧୨ସେବକଙ୍କ ମଧ୍ୟରୁ ୧୧ଜଣଙ୍କ ଜାମିନ ଆବେଦନର ଶୁଣାଣି ପୁରୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ କରିପାରନ୍ତି। ଡାକ୍ତରୀ ରିପୋର୍ଟ ଦାଖଲ କରାଯାଇଥିଲେ ହେଁ ଘଟଣାର ଭିଡିଓ ଫୁଟେଜ ଏବଂ ସିସିଟିଭି ଫୁଟେଜ ଦାଖଲ କରାଯାଇ ନ ଥିବାରୁ କୋର୍ଟ ଏହା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନକୁ ବିଶୃଙ୍ଖଳା ସମୟରେ ଭିଡିଓ ଫୁଟେଜ ଦେବାକୁ ସିଂହଦ୍ୱାର ଥାନା ପୋଲିସ୍ ଚିଠି ଲେଖିଛି। ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ଘଟଣାରେ ଏନବିଡବ୍ଲୁ ଜାରି ହୋଇଥିବା ୮ଜଣ ସେବାୟତଙ୍କ ଏଯାଏଁ ପୋଲିସ୍ ପତ୍ତା ପାଉନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।