ଝିଅ ଚାପରେ ପଡ଼ି ମୋ ପୁଅ ଆତ୍ମହତ୍ୟା କରିଛି; ନିଲେଶଙ୍କ ବାପା

ରାଉରକେଲା(ପବନ ତିୱାରୀ) : ଜଣେ ଝିଅର ଚାପରେ ପଡ଼ି ମୋ ପୁଅ ଆତ୍ମହତ୍ୟା କରିଛି। ସମ୍ପୃକ୍ତ ଝିଅକୁ ତୁରନ୍ତ ଗିରଫ କରି ଦଣ୍ଡିତ କରାଯାଉ। ସେ ଝିଅ ମୋ ପୁଅ ସହିତ ଯାହା କଲା ଆଉ କାହା ପୁଅ ସହ ସେପରି ନ କରୁ ।  କୋହଭରା କଣ୍ଠରେ ଏପରି କହିଛନ୍ତି ରାଉରକେଲା ଝିରିପାଣି ବ୍ରିଜ୍‌ରୁ କୋଏଲ ନଦୀକୁ ଡେଇଁ ପ୍ରାଣ ହରାଇଥିବା ନିଲେଶ ଦାଶଙ୍କ ବାପା ନିର୍ମଳ ଚନ୍ଦ୍ର ଦାସ। ନିର୍ମଳ ଚନ୍ଦ୍ର ଆହୁରି କହିଛନ୍ତି, […]

nilesh-1-1..

nilesh-1-1..

Niharika Rout
  • Published: Saturday, 28 September 2019
  • Updated: 28 September 2019, 01:28 PM IST

Sports

Latest News

ରାଉରକେଲା(ପବନ ତିୱାରୀ) : ଜଣେ ଝିଅର ଚାପରେ ପଡ଼ି ମୋ ପୁଅ ଆତ୍ମହତ୍ୟା କରିଛି। ସମ୍ପୃକ୍ତ ଝିଅକୁ ତୁରନ୍ତ ଗିରଫ କରି ଦଣ୍ଡିତ କରାଯାଉ। ସେ ଝିଅ ମୋ ପୁଅ ସହିତ ଯାହା କଲା ଆଉ କାହା ପୁଅ ସହ ସେପରି ନ କରୁ ।  କୋହଭରା କଣ୍ଠରେ ଏପରି କହିଛନ୍ତି ରାଉରକେଲା ଝିରିପାଣି ବ୍ରିଜ୍‌ରୁ କୋଏଲ ନଦୀକୁ ଡେଇଁ ପ୍ରାଣ ହରାଇଥିବା ନିଲେଶ ଦାଶଙ୍କ ବାପା ନିର୍ମଳ ଚନ୍ଦ୍ର ଦାସ।

ନିର୍ମଳ ଚନ୍ଦ୍ର ଆହୁରି କହିଛନ୍ତି, ମୋର ହସଖୁସିର ସଂସାର। ମୋ ଘରେ କୌଣସି ପ୍ରକାର ଅସୁବିଧା ନ ଥିଲା। ତେଣୁ ସ୍କୁଲରେ ଏପରି କିଛି ଘଟିଛି, ଯେଉଁଥି ପାଇଁ ମୋ ପୁଅ ଆତ୍ମହତ୍ୟା କରିଛି। ତଦନ୍ତ କରି ଏହା ପଛର କାରଣ ବାହାର କରିବାକୁ ସେ ପୁଲିସ୍‌କୁ ନିବେଦନ କରିଛନ୍ତି।

କୋଏଲନଗର ଅଞ୍ଚଳରେ ରହୁଥିବା ନିଲେଶ ଗତ ଗୁରୁବାର ସ୍କୁଲକୁ ଯାଇ ଆଉ ଘରକୁ ଫେରିନଥିଲେ।  ଏହାପରେ ନିଲେଶଙ୍କ ସାଇକେଲ ଝିରପାଣି ବ୍ରିଜ ଉପରୁ ଉଦ୍ଧାର କରାଯାଇଥିଲା । ପରେ ସେ ନଦୀରେ ପଡିଯାଇଥିବା ସନ୍ଦେହରେ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ ସହାୟତାରେ ଖୋଜାଖୋଜି ଚାଲିଥିଲା ।

ଆଜି ସ୍ଥାନୀୟ ଲୋକେ ନଦୀର ପ୍ରଧାନପାଲି ନିକଟରେ ଏକ ମୃତଦେହ ଭାସଥିବା ଦେଖିବାକୁ ପାଇ ପୁଲିସ୍‌କୁ  ଖବର ଦେଇଥିଲେ ।  ପୁଲିସ୍‌ ନିକଟରୁ ଖବରପାଇ ଓଡ୍ରଫା ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଉଦ୍ଧାର ବେଳେ ପିଲାଟି ଦେହରେ ସ୍କୁଲ୍‌ ଡ୍ରେସ ଥିଲା। ମୁହଁରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ତେବେ ପୁଲିସ୍‌ ଘଟଣାର ତଦନ୍ତ ଜାର ରଖିଛି  ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos