ନିମାପଡ଼ାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ନିମାପଡ଼ାରେ ପହଞ୍ଚିଥିଲେ। ସେଠାରେ ସେ ୯୧ କୋଟି ୨୮ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବାରବାଟୀ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ। ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଜଗତସିଂହପୁର ସାଂସଦ କୁଣମଣି ସାମଲ,ବିଧାୟକ ସୁରେନ୍ଦ୍ର ସେଠୀ […]

cm-odisha-jpg-123

cm-odisha-jpg-123

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 10:45 PM IST

Sports

Latest News

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ପୁରୀ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ନିମାପଡ଼ାରେ ପହଞ୍ଚିଥିଲେ। ସେଠାରେ ସେ ୯୧ କୋଟି ୨୮ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବାରବାଟୀ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ। ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଜଗତସିଂହପୁର ସାଂସଦ କୁଣମଣି ସାମଲ,ବିଧାୟକ ସୁରେନ୍ଦ୍ର ସେଠୀ ଓ ସ୍ଥାନୀୟ ବିଧାୟକ ସମୀର ଦାଶ ସାମିଲ ହୋଇଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ପ୍ରଥମେ ସେ ଆଳିସିଙ୍ଗି-ପୁଆଣିଆ ରାସ୍ତା କୁସୁମୀ ନଦୀ ଉପରେ ହାଇଲେବୁଲ ସେତୁ, ଆଲିସିଙ୍ଗି ଓ ଚାନ୍ଦପୁର ରାମଚଣ୍ଡି ହାଇସ୍କୁଲରେ ଅତିରକ୍ତ ଶ୍ରେଣୀଗୃହ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକରେ ଭିତ୍ତିପ୍ରସ୍ତର ସ୍ଥାପନ ପରେ ବିଭିନ୍ନ ସାଧାରଣ ସଭାକୁ ମଧ୍ୟ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ।

 ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ବିଜେପି ଓ କଂଗ୍ରେସ କର୍ମୀମାନେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପୂର୍ବରୁ ବିରୋଧ ଆଶଙ୍କାକୁ ଦେଖି ପୋଲିସ୍‌ କିଛି ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos