ସ୍କୁଲ ଯିବା ପାଇଁ ଗାଧୋଉଥିଲେ ନାବାଳକ, ଭୁଶୁଡ଼ି ପଡ଼ିଲା କାନ୍ଥ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗାଧୋଉଥିବା ବେଳେ ୯ବର୍ଷର ନାବାଳକ ଉପରେ ପଡ଼ିଗଲା କାନ୍ଥ। ଘଟଣା ସ୍ଥଳରେ ନାବାଳକର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛିକୋରାପୁଟ ସହରର ପିଏଚଡି କଲୋନି ନିକଟ ନୂଆସାହିରେ। ମୃତ ନାବଳକ ଜଣଙ୍କ ହେଲେ ପ୍ରିୟାଂଶୁ ରାଜଭଦ୍ରା।

ଆଜି ଶନିବାର  ସକାଳୁଆ ସ୍କୁଲ ଥିବାରୁ ପ୍ରିୟାଂଶୁ ସ୍କୁଲ ଯିବା ପାଇଁ ବାଥରୁମ୍‌ରେ ଗାଧୋଉଥିଲେ। ହାଠାତ୍ ବାଥରୁମ୍‌ କାନ୍ଥଟି ତାଙ୍କ ଉପରେ ପଡ଼ି ଯାଇଥିଲା। ପରିବାର ଲୋକେ  ଏ ନେଇ ଅଗ୍ନିଶମ କର୍ମଚାରୀଙ୍କୁ ଫୋନ୍ କରିଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ତାଙ୍କ ସେଠାରୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପ୍ରିୟାଂଶୁଙ୍କ ମୃତ୍ୟୁ ପରେ  ପରିବାରରେ ଶୋକର ଛାୟା ଖେଳିଯାଇଛି।

ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ କାନ୍ଥଟି ଦୁର୍ବଳ ହୋଇପଡ଼ି ଥିବାରୁ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।