ଅକ୍ଷୟ ତୃତୀୟାରେ ଯାଇଥିଲେ, ତା ପରଦିନ ଫେରିଲେ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୫ ବର୍ଷର ପ୍ରତୀକ୍ଷାର ଅନ୍ତ ହେଲା । ମୁଣ୍ଡରେ ପାଟ ସିରିପା ବାନ୍ଧିଲେ ରାହୁଲ। ଏଣିକି ମୁଖିଆ ହୋଇ ରାଜ୍ୟ କଥା ବୁଝିବାକୁ ପଡ଼ିବ ନିରଞ୍ଜନ ବାବୁଙ୍କୁ। ଏକା ନୁହେଁ ମିଳିମିଶି କାମ କଲେ ସୁଫଳ ମିଳିବ ବୋଲି ଏଥର ରାହୁଲ ଗାନ୍ଧି ଦାୟିତ୍ୱ ବାଣ୍ଟିଛନ୍ତି। କିଏ ଶୃଙ୍ଖଳା କଥା ବୁଝିବ ଆଉ କିଏ ସଙ୍ଗଠନ ସମ୍ଭାଳିବ ସ୍ପଷ୍ଟ ଭାବେ ଦାୟିତ୍ୱ ହସ୍ତାନ୍ତର ହୋଇଛି। ରାଜ୍ୟରେ କଂଗ୍ରେସର ସ୍ଥିତି ଯାହା ଦଳର ଏମିତି ନବକଳେବର […]

thopa 1

thopa 1

Rakesh Mallick
  • Published: Friday, 20 April 2018
  • Updated: 20 April 2018, 10:08 AM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ୫ ବର୍ଷର ପ୍ରତୀକ୍ଷାର ଅନ୍ତ ହେଲା । ମୁଣ୍ଡରେ ପାଟ ସିରିପା ବାନ୍ଧିଲେ ରାହୁଲ। ଏଣିକି ମୁଖିଆ ହୋଇ ରାଜ୍ୟ କଥା ବୁଝିବାକୁ ପଡ଼ିବ ନିରଞ୍ଜନ ବାବୁଙ୍କୁ। ଏକା ନୁହେଁ ମିଳିମିଶି କାମ କଲେ ସୁଫଳ ମିଳିବ ବୋଲି ଏଥର ରାହୁଲ ଗାନ୍ଧି ଦାୟିତ୍ୱ ବାଣ୍ଟିଛନ୍ତି। କିଏ ଶୃଙ୍ଖଳା କଥା ବୁଝିବ ଆଉ କିଏ ସଙ୍ଗଠନ ସମ୍ଭାଳିବ ସ୍ପଷ୍ଟ ଭାବେ ଦାୟିତ୍ୱ ହସ୍ତାନ୍ତର ହୋଇଛି। ରାଜ୍ୟରେ କଂଗ୍ରେସର ସ୍ଥିତି ଯାହା ଦଳର ଏମିତି ନବକଳେବର ନିଶ୍ଚିତ ଭାବେ ଆଶା ସଞ୍ଚାର କରିଛି। କିଛି ନ ହେଲେ ବି କାଉ କୋଇଲି ଉଡୁ ନ ଥିବା କଂଗ୍ରେସ ଭବନରେ ଏବେ ଧିରେ ଧିରେ ଜନଗହଳି ହେବ ବୋଲି ଆଶା ବାନ୍ଧିଛନ୍ତି କିଛି ପୁରୁଖା କଂଗ୍ରେସିଆ।

୨୦୧୩ ଅକ୍ଷୟ ତୃତୀୟାରେ କଂଗ୍ରେସ ରାଜନୀତିରେ ନୂଆ ଅଖିମୁଠି ପଡିଥିଲା। ସେତବେଳକୁ ମୁଖିଆ ଥାଆନ୍ତି ବାବୁ ନିରଞ୍ଜନ। ଦଳ ସୁପ୍ରିମୋ ସୋନିଆ ଗାନ୍ଧିଙ୍କ ନିଷ୍ପତ୍ତି ହଠାତ୍‌ ଆସି ପହଞ୍ଚିଥିଲା ଯେ, ନିରଞ୍ଜନ ଆଉ କିଛି ବୁଝିବେନି। ତାଙ୍କ ସ୍ଥାନରେ ନିଯୁକ୍ତ ହୁଅନ୍ତି ପ୍ରସାଦ ହରିଚନ୍ଦନ। ଆଉ ଠିକ୍‌ ଏହାର ୫ ବର୍ଷ ପରେ ସ୍ଥିତି ପୁଣି ବଦଳିଛି। ପ୍ରସାଦ ହଟିଛନ୍ତି ଆଉ କଂଗ୍ରେସ ସୁପ୍ରିମୋ ରାହୁଲ ଗାନ୍ଧୀ ନିରଞ୍ଜନଙ୍କ ଉପରେ ଆସ୍ଥା ଥାପିଛନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏମିତି ପରିବର୍ତ୍ତନ କରାଯାଇଥିବା କୁହାଯାଇଛି।

ହେଲେ ପ୍ରସାଦଙ୍କ ଶିବିରରେ ବିସାଦର ଛାୟା। ଶ୍ୱଶୁର ଜ୍ୱାଇଁ ଉଭୟ ଚିନ୍ତାରେ। କଥା ଉଠିଛି ବୋଧହୁଏ ଥୋପ କାମକଲା। ନ ହେଲେ କ’ଣ ପାଟ ସିରିପା ନିରଞ୍ଜନଙ୍କ ମୁଣ୍ଡରେ ବନ୍ଧା ହୋଇଥାନ୍ତା? ଏହି କଥାଟି କହିବାର କାରଣ ହେଉଛି ନିରଞ୍ଜନଙ୍କ ସପକ୍ଷରେ ମତ ଯିବା ପୂର୍ବଭାସ ଆଗରୁ ମିଳିଥିଲା। ଓଡିଶା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଭି.କେ ହରିପ୍ରସାଦ ଯିବା ପରେ ଦାୟିତ୍ୱ ମିଳିଥିଲା ଜିତେନ୍ଦ୍ର ସିଂଙ୍କୁ। ଜିତେନ୍ଦ୍ର ଆସିବାର ଠିକ୍‌ ଦିନକ ପରେ କଂଗ୍ରେସ ଶିବିରରେ ପୁଣି ଆରମ୍ଭ ହୋଇଥିଲା କମ୍ପନ। ସବୁ ନେତା ନିଜ ଢଙ୍ଗରେ ସ୍ୱାଗତ କରୁଥିବା ବେଳେ ହଠାତ୍‌ ସକ୍ରିୟ ହୋଇ ପଡିଥିଲେ ନିରଞ୍ଜନ। ଆଉ ସୋସିଆଲ ମିଡିଆରେ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଜିତେନ୍ଦ୍ରଙ୍କୁ ପ୍ରଶଂସାରେ ପୋତି ପକାଇ ଥିଲେ ନିରଞ୍ଜନ । ଯାହାକୁ ଦେଖି ଲାଗୁଥିଲା ସତରେ ବୋଧେ ପଟ୍ଟନାୟକ ବାବୁ ଗାଦି ହାତେଇବାକୁ ଥୋପ ପକାଇଥିଲେ। ବାସ୍‌ କଥାଟା ଏବେ ସତ ହେଲା। ବାସ୍ତବରେ ଥୋପ କାମଦେଲା।

ଜାଣନ୍ତୁ ନିରଞ୍ଜନଙ୍କ ସମ୍ପର୍କରେ କିଛି ତଥ୍ୟ:

ନିରଞ୍ଜନ ପଟ୍ଟନାୟକ, ବୟସ ୭୦

ଜନ୍ମ : ୨୨ ଫେବୃୟାରୀ ୧୯୪୮

ଓଡିଶା ପ୍ରଦେଶ କଂଗ୍ରେସ ସଭାପତି

-୨୦୧୧ରୁ  ମେ ୨୦୧୩

-୨୦୧୮ ଏପ୍ରିଲରୁ-.......

ଜଣେ ପୁରୁଖା କଂଗ୍ରେସ ନେତା

ପୂର୍ବରୁ ରାଜ୍ୟରେ ମନ୍ତ୍ରୀପଦ ସମ୍ଭାଳିଛନ୍ତି

ଖଣି ଶିଳ୍ପ ସହ ଦୀର୍ଘଦିନର ପାରିବାରିକ ସମ୍ପୃକ୍ତି

କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ବିଧାନସଭା କ୍ଷେତ୍ରରୁ ୪ ଥର ବିଧାୟକ

ରାଜ୍ୟ କ୍ୟାବିନେଟ୍‌ରେ ଶକ୍ତି, ସ୍ୱାସ୍ଥ୍ୟ, ଶିଳ୍ପ, ରାଜସ୍ୱ ଓ ବୟନଶିଳ୍ପ ଭଳି ବିଭାଗର ଦାୟିତ୍ୱ ତୁଲାଇଛନ୍ତି

କରଣିଆ ଛୁ ଦେଖାଇଲେ ନିରଞ୍ଜନ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos