ଇତୀଶ ପ୍ରଧାନଙ୍କୁ ଜବାବ ଦେଲେ ନିରଞ୍ଜନ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିସିସି ସଭାପତି ନିରଜଂନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଥିବା ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ନିରଂଜନ।  ସେ କହିଛନ୍ତି ପିଲାଳିଆ କଥା, ଇତୀଶ ହତୋତ୍ସାହିତ ହୋଇ ଏମିତି କହିଛନ୍ତି ।  ନିଜେ ତ ଗୋଟିଏ ଜାଗାରୁ ଲଢ଼ିଥିଲେ ଯେପରି ଭାବେ ତାଙ୍କୁ ଭୋଟ ମିଳିଛି, କାହା ଉପରେ ତ’ ଦୋଷ ଲଦିବେ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସାଧାରଣ ନିର୍ବାଚନ ପ୍ରସଙ୍ଗରେ ସେ କହିଛନ୍ତି, କେବଳ […]

h-987

h-987

Tapas Behera
  • Published: Friday, 13 September 2019
  • Updated: 13 September 2019, 04:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପିସିସି ସଭାପତି ନିରଜଂନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଥିବା ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ନିରଂଜନ।  ସେ କହିଛନ୍ତି ପିଲାଳିଆ କଥା, ଇତୀଶ ହତୋତ୍ସାହିତ ହୋଇ ଏମିତି କହିଛନ୍ତି ।  ନିଜେ ତ ଗୋଟିଏ ଜାଗାରୁ ଲଢ଼ିଥିଲେ ଯେପରି ଭାବେ ତାଙ୍କୁ ଭୋଟ ମିଳିଛି, କାହା ଉପରେ ତ’ ଦୋଷ ଲଦିବେ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ସାଧାରଣ ନିର୍ବାଚନ ପ୍ରସଙ୍ଗରେ ସେ କହିଛନ୍ତି, କେବଳ ଆମ ରାଜ୍ୟରେ ନୁହେଁ, ଅନ୍ୟ ସବୁଠି ବି ଭଲ ରେଜଲ୍ଟ ହୋଇନି । ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଖୋଲାଖୋଲି ବିଷୋଦଗାର କରିଥିଲେ ଇତୀଶ ପ୍ରଧାନ। ଏକ ସାମ୍ବାଦିକ ସମ୍ମିଳନୀରେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିବା ସହ ଚ୍ୟାଲେଞ୍ଜ କରିଥିଲେ।

କହିଥିଲେ ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଇତୀଶ କହିଥିଲେ । ସେହିପରି ଭାଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟସ୍ଥ କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି ।  ପୁଅ ମାଧ୍ୟମରେ ବେପାର କରୁଛନ୍ତି । ଏହାକୁ ସହ୍ୟ କରାଯିବନି ବୋଲି  ଇତୀଶ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos