ନିରଞ୍ଜନ ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ମୁକ୍ତିକାନ୍ତ

ଭଦ୍ରକ: ବାସୁଦେବପୁରର ନିରଞ୍ଜନ ଜେନା ହତ୍ୟା ମାମଲାରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର ହୋଇଛନ୍ତି। ଆଜିଠାରୁ ଏହି ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ଏହି ସାକ୍ଷ୍ୟ ଗ୍ରହଣ ୩ ଦିନି ଧରି ଚାଲିବ। ମୃତ ନିରଞ୍ଜନଙ୍କ ଦାଦା ଦୁଃଶାସନ ଜେନା ଏବଂ କମଳାକାନ୍ତ ବାରିକ ସାକ୍ଷ୍ୟ ଦେବେ।

୨୦୧୨ ନଭେମ୍ବର ୩ ତାରିଖରେ ବାସୁଦେବପୁର ଥାନା ସୁଗୋ ଗାଁର ନିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ବିଧାୟକ ମୁକ୍ତିକାନ୍ତ ଗତ ଅକ୍ଟୋବର ୨୭ ତାରିଖରେ କୋର୍ଟରେ ହାଜର ହୋଇ ଜାମିନରେ ଆସିଥିଲେ।