ଏନ୍‌ଆଇଟି ଯୌନ ନିର୍ଯାତନା ମାମଲା: ଆନ୍ଦୋଳନରୁ ଓହରିଲେ ଛାତ୍ରଛାତ୍ରୀ

ରାଉରକେଲା: ରାଉରକେଲା ଏନ୍‌ଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀ ଚଲାଇଥିବା ଆନ୍ଦୋଳନରୁ ଆଜି ଓହରି ଯାଇଛନ୍ତି। ଓପନ ହାଉସ୍‌ରେ ଆଲୋଚନା ପରେ ଛାତ୍ରଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଏହାସହ ଘଟଣାର ତଦନ୍ତ ସିନେଟ୍‌ କରିବ ବୋଲି ନିଷ୍ପତ୍ତି ନିଆଯାଇଛି। ଘଟଣା ପଦାକୁ ଆସିବା ପରଠାରୁ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତ୍ତିରାୟ ଫେରାର ଅଛନ୍ତି। ଆସନ୍ତାକାଲି ଏହି ଘଟଣାର ଅନୁଧ୍ୟାନ କରିବାକୁ ଏମ୍‌ଏଚ୍‌ଆରଡି ଅଣ୍ଡର ସେକେ୍ରଟେରୀ […]

nit

nit

Rakesh Mallick
  • Published: Thursday, 02 June 2016
  • Updated: 02 June 2016, 04:58 PM IST

ରାଉରକେଲା: ରାଉରକେଲା ଏନ୍‌ଆଇଟି ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀ ଚଲାଇଥିବା ଆନ୍ଦୋଳନରୁ ଆଜି ଓହରି ଯାଇଛନ୍ତି। ଓପନ ହାଉସ୍‌ରେ ଆଲୋଚନା ପରେ ଛାତ୍ରଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଏହାସହ ଘଟଣାର ତଦନ୍ତ ସିନେଟ୍‌ କରିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଘଟଣା ପଦାକୁ ଆସିବା ପରଠାରୁ ମୁଖ୍ୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତ୍ତିରାୟ ଫେରାର ଅଛନ୍ତି। ଆସନ୍ତାକାଲି ଏହି ଘଟଣାର ଅନୁଧ୍ୟାନ କରିବାକୁ ଏମ୍‌ଏଚ୍‌ଆରଡି ଅଣ୍ଡର ସେକେ୍ରଟେରୀ ଆସୁଛନ୍ତି। ସେକ୍ଟର-୩ ଥାନା ପୋଲିସ ଆଜି ଏନ୍‌ଆଇଟି ସିକ୍ୟୁରିଟି ସର୍ଭିସ ଅଫିସରେ ଚଢାଉ କରିଥିଲା।

କ୍ୟାମ୍ପସରେ ଶାନ୍ତି ବଜାୟ ରଖିବାକୁ ପଦକ୍ଷେପ ନିଆଯାଉଥିବା ଏନ୍‌ଆଇଟି ନିର୍ଦ୍ଦେଶକ ସୁନୀଲ କୁମାର ଷଡ଼ଙ୍ଗୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos