ନିୟମଗିରି ଖଣି ଖନନ ପାଇଁ ପୁଣି ଥରେ ଜନଶୁଣାଣି ଉଦ୍ୟମକୁ ବିରୋଧ

ଭୁବନେଶ୍ୱର: ନିୟମଗିରିରେ ଖଣି ଖନନ ପାଇଁ ପୁଣି ଥରେ ଜନଶୁଣାଣି ଉଦ୍ୟମକୁ ବିରୋଧ କରାଯାଇଛି। ୩ବର୍ଷ ତଳେ ଗ୍ରାମସଭା ଖଣି ଖନନକୁ ସମ୍ପୂର୍ଣ୍ଣ ମନା କରି ଦେଇଥିବା ବେଳେ ଏବେ ପୁଣି କାହିଁକି ସରକାର ଏଥିପାଇଁ ଉଦ୍ୟମ କରୁଛନ୍ତି ବୋଲି ପ୍ରଶ୍ନ କରିଛି ନିୟମଗିରି ସୁରକ୍ଷା ସଂଗ୍ରାମ ସମିତି। ତେବେ ଓଏମସି ଖଣି ଖନନ ଚାହୁଁଥିବାରୁ ପୁଣି ଗ୍ରାମସଭା କରାଇବା ଲାଗି ସୁପ୍ରିମ୍‌କୋର୍ଟଙ୍କ ଅନୁମତି ଲୋଡ଼ାଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି। ନିୟମଗିରିରୁ ବକ୍ସାଇଟ ଉତ୍ତୋଳନ ଲାଗି ସରକାର […]

ledha-sokiaka

ledha-sokiaka

Rakesh Mallick
  • Published: Tuesday, 08 March 2016
  • Updated: 09 March 2016, 03:43 AM IST

Sports

Latest News

ଭୁବନେଶ୍ୱର: ନିୟମଗିରିରେ ଖଣି ଖନନ ପାଇଁ ପୁଣି ଥରେ ଜନଶୁଣାଣି ଉଦ୍ୟମକୁ ବିରୋଧ କରାଯାଇଛି। ୩ବର୍ଷ ତଳେ ଗ୍ରାମସଭା ଖଣି ଖନନକୁ ସମ୍ପୂର୍ଣ୍ଣ ମନା କରି ଦେଇଥିବା ବେଳେ ଏବେ ପୁଣି କାହିଁକି ସରକାର ଏଥିପାଇଁ ଉଦ୍ୟମ କରୁଛନ୍ତି ବୋଲି ପ୍ରଶ୍ନ କରିଛି ନିୟମଗିରି ସୁରକ୍ଷା ସଂଗ୍ରାମ ସମିତି। ତେବେ ଓଏମସି ଖଣି ଖନନ ଚାହୁଁଥିବାରୁ ପୁଣି ଗ୍ରାମସଭା କରାଇବା ଲାଗି ସୁପ୍ରିମ୍‌କୋର୍ଟଙ୍କ ଅନୁମତି ଲୋଡ଼ାଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ନିୟମଗିରିରୁ ବକ୍ସାଇଟ ଉତ୍ତୋଳନ ଲାଗି ସରକାର ପୁଣି ଉଦ୍ୟମ କରୁଛନ୍ତି। ହେଲେ ଏହାକୁ ସଫଳ କରିବାକୁ ଦିଆଯିବ ନାହିଁ ବୋଲି ନିୟମଗିରି ସୁରକ୍ଷା ସଂଗ୍ରାମ ସମିତି ଓ ଲୋକଶକ୍ତି ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି। ମଙ୍ଗଳବାର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୁଇ ସଂଗଠନର କର୍ମକର୍ତ୍ତା କହିଛନ୍ତି,“ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୩ ଜୁଲାଇ ଓ ଅଗଷ୍ଟରେ ହୋଇଥିବା ଗ୍ରାମସଭାରେ ନିୟମଗିରିରେ ଖଣି ଖନନକୁ ବିରୋଧ କରାଯାଇଥିଲା। ସରକାର ଏବେ ଓମଏମ୍‌ସି ନାଁରେ ଖଣି ଖନନ ପାଇଁ ଚକ୍ରାନ୍ତ କରୁଛନ୍ତି।” ଏ ନେଇ ସେମାନେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇ ଏଥିରେ ହସ୍ତକ୍ଷେପ କରିବାକୁ କହିଛନ୍ତି।

ନିୟମଗିରି ସୁରକ୍ଷା ସଂଗ୍ରାମ ସମିତି ସଭାପତି ଲଦ ସିକ୍‌କା କହିଛନ୍ତି, “ଏବେ ସରକାର ଚାହୁଁଛନ୍ତି ନିୟମଗିରିରେ ଖଣି ଖନନ କରଯାଉ। ଏହାକୁ ଆମେ ଡଙ୍ଗରିଆ କନ୍ଧ ବିରୋଧ କରୁଛୁ। କୋର୍ଟ ଆମ ସପକ୍ଷରେ ରାୟ ଦିଅନ୍ତୁ କି ବିପକ୍ଷରେ, ଆମେ କିନ୍ତୁ ଖଣି ଖନନକୁ ବିରୋଧ କରିବୁ। ଆମ ଡଙ୍ଗର ରାଜାକୁ ଖିନ୍‌ଭୀନ୍‌ କରିବାକୁ ଦେବୁ ନାହିଁ। ଆଦିବାସୀମାନେ ଜୀବନ ଦେଇ ଡଙ୍ଗରକୁ ରକ୍ଷା କରିବେ।”

ଲୋକଶକ୍ତି ଅଭିଯାନ ସଂଗଠନ ସଭାପତି ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି, “ଗ୍ରାମସଭା ନିଷ୍ପତ୍ତି ଅନୁସାରେ ଖଣି ଖନନକୁ ବନ୍ଦ କରାଯିବାର ଅର୍ଥ, ଆଉ ଗ୍ରାମସଭା ଉପରେ ନିର୍ଦ୍ଦେଶ ଦେବାକୁ କାହାର ଅଧିକାର ନାହିଁ। ଯଦି ଓଡ଼ିଶା ସରକାର ଖଣି ଖନନ ଚାହୁଁଛନ୍ତି, ତେବେ ଗ୍ରାମସଭାରେ ନିବେଦନ କରନ୍ତୁ। ଗ୍ରାମସଭା ବସି ଓଡ଼ିଶା ସରକାରଙ୍କ କଥା ବିଚାର କରିବ।”

ଅନ୍ୟପକ୍ଷରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, “ପୂର୍ବରୁ ଓଏମସି ଓ ବେଦାନ୍ତ ଏକାଠି ଖଣି ଖନନ ପାଇଁ ପ୍ରସ୍ତାବ ଥିଲା। ହେଲେ ଏବେ କେବଳ ଓଏମସି ଖଣି ଖନନ କରିବାକୁ ଚାହୁଁଛି। ତେଣୁ ପୁଣି ଥରେ ଗ୍ରାମସଭା କରାଇ ଏ ସମ୍ପର୍କରେ ନିଷ୍ପତ୍ତି ନେବାଲାଗି ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଛୁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଯଦି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତି ତେବେ ରାଜ୍ୟ ସରକାର ଗ୍ରାମସଭା ଜରିଆରେ ଏହାର ସମାଧାନ କରାଯିବା ଚେଷ୍ଟା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos