ଦୁଇ ମହିଳା ଅଫିସରଙ୍କୁ ଯୌନ ନିର୍ଯାତନା, ମାସେ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସୂଚନା କମିଶନରେ କାର୍ଯ୍ୟରତ ୨ଜଣ ମହିଳା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ଙ୍କୁ ଯୌନ ନିର୍ଯାତନା ଅଭିଯୋଗ ସତ୍ତ୍ୱେ  ଦୋଷୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏପରିକି ସେମାନଙ୍କ ପାଇଁ ସେଠାରେ କାର୍ଯ୍ୟ କରିବାର ପରିବେଶ ନାହିଁ ଦର୍ଶାଇ ଦୁଇ ଅଭିଯୋଗକାରିଣୀ ତୁରନ୍ତ ଅନ୍ୟତ୍ର ବଦଳି ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୂଚନା କମିଶନଙ୍କ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ସମ୍ପୃକ୍ତ ଦୁଇ ମହିଳା ଅଫିସରଙ୍କୁ ବଦଳି […]

rape

rape

Tapas Behera
  • Published: Thursday, 15 October 2020
  • Updated: 15 October 2020, 09:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସୂଚନା କମିଶନରେ କାର୍ଯ୍ୟରତ ୨ଜଣ ମହିଳା ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ଙ୍କୁ ଯୌନ ନିର୍ଯାତନା ଅଭିଯୋଗ ସତ୍ତ୍ୱେ  ଦୋଷୀ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏପରିକି ସେମାନଙ୍କ ପାଇଁ ସେଠାରେ କାର୍ଯ୍ୟ କରିବାର ପରିବେଶ ନାହିଁ ଦର୍ଶାଇ ଦୁଇ ଅଭିଯୋଗକାରିଣୀ ତୁରନ୍ତ ଅନ୍ୟତ୍ର ବଦଳି ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୂଚନା କମିଶନଙ୍କ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ ସମ୍ପୃକ୍ତ ଦୁଇ ମହିଳା ଅଫିସରଙ୍କୁ ବଦଳି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନାହାନ୍ତି। ଯେଉଁଥିପାଇଁ ଗତକାଲି ଗୃହ ବିଭାଗ ପୁଣିଥରେ ରାଜ୍ୟ ସୂଚନା କମିଶନଙ୍କ ସଚିବ ନରେନ୍ଦ୍ର କୁମାର ମନ୍ତ୍ରୀଙ୍କୁ ଚିଠି ଲେଖି ସମ୍ପୃକ୍ତ ଦୁଇ ଏଏସଓଙ୍କୁ ତୁରନ୍ତ ରିଲିଭ୍ କରିବା ସହ ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ପରାମର୍ଶ ଦେଇଛି।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସୂଚନା କମିଶନଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଫିସରଙ୍କ ବିରୁଦ୍ଧରେ ସେଠାରେ କାର୍ଯ୍ୟରତ ଦୁଇଜଣ ମହିଳା ଏଏସଓ ଯୌନ ନିର୍ଯାତନା ଅଭିଯୋଗ ଆଣି ଗୃହ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ଏହାପରେ ଗତମାସ ୧୮ତାରିଖରେ ଗୃହ ବିଭାଗ ସମ୍ପୃକ୍ତ ଦୁଇ ମହିଳା ଏଏସଓଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ବଦଳି କରିଥିଲେ । ଉଭୟ ମହିଳା ଅଫିସରଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ ମଧ୍ୟ ସୂଚନା କମିଶନଙ୍କ ସଚିବକୁ ଅନୁୁରୋଧ କରିବା ସହ ସେମାନଙ୍କ ଅଭିଯୋଗର ତଦନ୍ତ ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। କିନ୍ତୁ ଉଭୟ ମହିଳା ଅଫିସରଙ୍କୁ ରିଲିଭ୍ କରିବା ଓ ସମ୍ପୃକ୍ତ ଅଭିଯୁକ୍ତ ବରିଷ୍ଠ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସୂଚନା କମିଶନଙ୍କ ସଚିବ ଶ୍ରୀ ମନ୍ତ୍ରୀ ଗୃହ ବିଭାଗକୁ ସେପ୍ଟେମ୍ବର ୩୦ତାରିଖରେ ଚିଠି ଲେଖି ଓଲଟା ସଫେଇ ଦେଇଥିଲେ।

ତେବେ ଗୃହ ବିଭାଗର ଓଏସଡି ଶ୍ରୀଭୂଷଣ ଶୁକ୍ଳା ଗତକାଲି ସୂଚନା କମିଶନଙ୍କ ସଚିବ ଶ୍ରୀ ମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ଦୁଇ ମହିଳା ଏଏସଓଙ୍କୁ ରିଲିଭ୍ କରିବାକୁ ପରାମର୍ଶ ଦେଇଛନ୍ତି । ଯେହେତୁ ସମ୍ପୃକ୍ତା ଦୁଇ ମହିଳା ଏଏସଓଙ୍କ ଅଭିଯୋଗ ସମାନ ଥିଲା ଓ ଲଜ୍ଜାଜନକ କାର୍ଯ୍ୟ ଯୋଗୁ ସେଠାକାର ପରିବେଶରେ ସେମାନେ କାମ କରିବା ସମ୍ଭବପର ନୁହେଁ। ତେଣୁ ଉଭୟଙ୍କୁ ପ୍ରଶାସନିକ କାରଣରୁ ବଦଳି କରାଗଲା। ତେଣୁ ସେମାନଙ୍କର ବଦଳି ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇ ପାରିବ ନାହିଁ।

ଅଭିଯୋଗ ବାସ୍ତବରେ ସଙ୍ଗୀନ ଓ ଏହି ଅଭିଯୋଗ କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ-୨୦୧୩ର ପ୍ରାବଧାନ ଅନ୍ତର୍ଗତ ରହିଛି ତେଣୁ ଅଭିଯୋଗର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀ ଶୁକ୍ଳା ଚିଠିରେ ଦର୍ଶାଇଛନ୍ତି। ଏହି ପ୍ରସଙ୍ଗ ଗୁରୁତର ଥିବାରୁ ଉଭୟ ମହିଳା ଅଫିସରଙ୍କୁ ତୁରନ୍ତ ରିଲିଭ୍ କରି ବିନା ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଗୃହ ବିଭାଗ ପରାମର୍ଶ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story