ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଫୁ’: ସବୁ ବିଭାଗରେ ହେଲାନି ‘ମୋ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ପାଖରେ ସରକାରୀ ସେବା ପହଞ୍ଚାଇବା ଓ ସରକାରଙ୍କୁ ଉତ୍ତରଦାୟୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ଧାର୍ଯ୍ୟ ଅବଧି ମଧ୍ୟରେ ସବୁ ବିଭାଗରେ ଲାଗୁ ହେବାରେ ସମ୍ଭବପର ହୋଇନି। ୨୦୨୦ ମାର୍ଚ୍ଚ ୫ତାରିଖ ସୁଦ୍ଧା ସମସ୍ତ ବିଭାଗରେ ‘ମୋ ସରକାର’ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତବର୍ଷ ଅକ୍ଟୋବର ୧୬ତାରିଖରେ ନିଜେ ଘୋଷଣା କରିଥିଲେ। କିନ୍ତୁ ଆସନ୍ତାକାଲି ଏହି ଅବଧି ସରୁଥିଲେ […]

u

u

Hemant Lenka
  • Published: Wednesday, 04 March 2020
  • Updated: 04 March 2020, 10:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ଲୋକଙ୍କ ପାଖରେ ସରକାରୀ ସେବା ପହଞ୍ଚାଇବା ଓ ସରକାରଙ୍କୁ ଉତ୍ତରଦାୟୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ଧାର୍ଯ୍ୟ ଅବଧି ମଧ୍ୟରେ ସବୁ ବିଭାଗରେ ଲାଗୁ ହେବାରେ ସମ୍ଭବପର ହୋଇନି। ୨୦୨୦ ମାର୍ଚ୍ଚ ୫ତାରିଖ ସୁଦ୍ଧା ସମସ୍ତ ବିଭାଗରେ ‘ମୋ ସରକାର’ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତବର୍ଷ ଅକ୍ଟୋବର ୧୬ତାରିଖରେ ନିଜେ ଘୋଷଣା କରିଥିଲେ। କିନ୍ତୁ ଆସନ୍ତାକାଲି ଏହି ଅବଧି ସରୁଥିଲେ ମଧ୍ୟ ମୋଟ ୩୯ଟିରୁ ୨୭ଟି ବିଭାଗରେ ‘ମୋ ସରକାର’ ଲାଗୁ ହୋଇପାରିଛି । ଯାହାକି ରାଜ୍ୟ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ‘ମୋ ସରକାର’ କାର୍ଯ୍ୟକ୍ରମ ଅଧୀନରେ ଆଜି ଆଉ ସ୍କୁଲ ଓ ଗଣଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଉଚ୍ଚଶିକ୍ଷା,ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗରେ ଆଜି ୫ଟି ବିଭାଗକୁ ସାମିଲ ହୋଇଛି। ତେବେ ମାର୍ଚ୍ଚ ୫ତାରିଖ ସୁଦ୍ଧା ସବୁ ବିଭାଗରେ ‘ମୋ ସରକାର’କୁ ଲାଗୁ କରିବା ନିମନ୍ତେ ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସବୁ ମେଡିକାଲ ଓ ଥାନାରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁ ହୋଇଥିଲା।

ଡିସେମ୍ବର ପହିଲା ସୁଦ୍ଧା ଅନ୍ୟ ୫ଟି ବିଭାଗରେ ଓ ମାର୍ଚ୍ଚ ୫ତାରିଖ ସୁଦ୍ଧା ସବୁ ବିଭାଗରେ ଲାଗୁ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତିନୋଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମକୁ ସବୁ ବିଭାଗରେ ଲାଗୁ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଚାପ ପକାଇଥିଲେ ମଧ୍ୟ ଏବେବି ଆଉ ୧୨ଟି ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହୋଇପାରିନି। ଲୋକଙ୍କ ମତାମତ ଆଧାରରେ ବିଭାଗଗୁଡ଼ିକ ନିଜର କାର୍ଯ୍ୟ କରିବେ ଓ ସରକାରୀ ସେବା ନିର୍ଦ୍ଧାରିତ ଅବଧି ମଧ୍ୟରେ ଉପଲବ୍ଧ ହେବ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ଏହା କେବଳ ପ୍ରଚାରସର୍ବସ୍ୱ ହୋଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos