ଆଜି ଅନାସ୍ଥା ଭୋଟ୍‌ର ସାମ୍ନା କରିବେ ବ୍ୟାସନଗର ପୌରାଧ୍ୟକ୍ଷା

ଯାଜପୁର: ଆଜି ଯାଜପୁର ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତଙ୍କ ବିରୋଧରେ ହେବ ଅନାସ୍ଥା ଭୋଟ୍।  ଅନାସ୍ଥା ଭୋଟ ପରିଚାଳନା  ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅବଦୁଲ ଅଲ୍ଲୀମ୍ ଖାନ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି।  ତେବେ ସବିତା ରାଉତଙ୍କ ଆବେଦନ ପରେ ହାଇକୋର୍ଟ ଏହା ଉପରେ ରହିତାଦେଶ ଦେଇଥିବାରୁ ଆଜି କେବଳ ଭୋଟ ହେବ, କିନ୍ତୁ ଗଣତି ହୋଇ ଫଳ ପ୍ରକାଶ ପାଇବ ନାହିଁ।  ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଭୋଟ୍‌ ବାକ୍ସ ସିଲ୍ ହୋଇ ରହିବ।  ଗୋଟିଏ ବର୍ଷରେ ତାଙ୍କ ବିରୁଦ୍ଧରେ ଦୁଇଥର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବାରୁ ସେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଚଳିତଥର ବ୍ୟାସନଗର ପୌରପରିଷଦର ୨୬ଟି ଓ୍ୱାର୍ଡରୁ ୧୯ ଜଣ କାଉନସିଲର୍ ଅନାସ୍ଥା ଆଗତ କରିଥିଲେ।