ଆଉ ନାହାନ୍ତି ପଦ୍ମଶ୍ରୀ ରଜତ କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ତଥା ବାଗ୍ମୀ ରଜତ କର। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ତଥା ପଦ୍ମଶ୍ରୀ ରଜତ କର ଆଜି ରାଜଧାନୀର ଗୋଟିଏ ଘରୋଇ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ବଡ଼ ପୁଅ ରଂଜିତ କର ସୂଚନା ଦେଇଛନ୍ତି। ୨୦୨୧ରେ ଶ୍ରୀ କର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ୧୯୩୪ […]

rajat-kar

rajat-kar

Hemant Lenka
  • Published: Sunday, 08 May 2022
  • Updated: 08 May 2022, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ତଥା ବାଗ୍ମୀ ରଜତ କର। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ତଥା ପଦ୍ମଶ୍ରୀ ରଜତ କର ଆଜି ରାଜଧାନୀର ଗୋଟିଏ ଘରୋଇ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ବଡ଼ ପୁଅ ରଂଜିତ କର ସୂଚନା ଦେଇଛନ୍ତି। ୨୦୨୧ରେ ଶ୍ରୀ କର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ।
୧୯୩୪ ମସିହା ଅକ୍ଟୋବର ୨ରେ ଜନ୍ମ ଗ୍ରହଣ କରିଥିବା ରଜତ କର ଜଣେ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ପ୍ରାୟ ୭ଟି ନନ୍ ଫିକ୍ସନ ବହି ଓ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅନେକ ପୁସ୍ତକ ରଚନା କରିଥିଲେ।

ଦୀର୍ଘ ୬୦ ବର୍ଷ ଧରି ସେ ବିଭିନ୍ନ ଟିଭି ଓ ରେଡିଓରେ ଜଗନ୍ନାଥ ସଂସ୍କୃତି ବିଷୟରେ ସମସ୍ତଙ୍କୁ ଅବଗତ କରାଉଥିଲେ। ସେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାକୁ ସକ୍ଷମ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି।

ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ। ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଓ ପରେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ।

[caption id="" align="aligncenter" width="800"] ପଦ୍ମଶ୍ରୀ ଗ୍ରହଣ କରୁଛନ୍ତି ରଜତ କର[/caption]

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ। ୨୦୦୬ରେ ଜନ ଜୀବନରେ ଜଗନ୍ନାଥ, ୨୦୦୮ରେ ଅନନ୍ୟ ଜଗନ୍ନାଥ ଅନୁଭୁତିରେ, ୧୯୭୧ରେ ଅନ୍ଧପୁଟୁଳି, ୧୯୬୭ରେ ଚନ୍ଦନ ହଜୁର, ୧୯୯୯ରେ ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ୧୯୯୯ରେ ବାଇଶି ପାବଚ୍ଛ ଓ ୨୦୦୭ରେ ଜନମାନସରେ ଭଞ୍ଜ ତାଙ୍କ ଦ୍ୱାରା ରଚିତ ପୁସ୍ତକ ବେଶ ଲୋକପ୍ରିୟ ହୋଇପାରିଥିଲା।

ରଜତ କର ଜଣେ ଶିକ୍ଷାବିତ୍ ଭାବେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘ ବର୍ଷ କାମ କରିଥିଲେ ଓ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି।

ତାଙ୍କୁ ୨୦୨୧ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିବା ବେଳେ ୨୦୦୯ରେ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ୨୦୧୧ରେ ଗୋଦାବରୀଶ ମିଶ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ଆଜି ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ,  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos