ନଭେମ୍ୱର ୮ରେ ଓଏଏସ୍ ପ୍ରିଲିମ୍

ଭୁବନେଶ୍ୱର: ନଭେମ୍ୱର ୮ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ଲୋକସେବା ଆୟୋଗ, ଓପିଏସସି ଦ୍ୱାରା ପରିଚାଳନା ଓଡ଼ିଶା ପ୍ରଶାସନିକ ସେବାର ପ୍ରିଲିମନାରୀ ପରୀକ୍ଷା ରାଜ୍ୟର ୫ଟି ସ୍ଥାନରେ ଅନୁଷ୍ଠିତ ହେବ।କଟକ, ଭୁବନେଶ୍ୱର, ବାଲେଶ୍ୱର, ସମ୍ୱଲପୁର ଓ ବ୍ରହ୍ମପୁରରେ ପରୀକ୍ଷା ହେବ।ପରୀକ୍ଷା ପାଇଁ ପ୍ରାୟ ୬୪ହଜାରରୁ ଅଧିକ ପିଲା ଆବେଦନ କରିଛନ୍ତି।