୩ଟି ସେବା ପାଇଁ ଗୋଟିଏ ନମ୍ୱର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜରୁରୀକାଳୀନ ନମ୍ବର ୧୧୨ ସେବା ଆରମ୍ଭ ହେଲା। ଏଣିକି ଏହି ଗୋଟିଏ ନମ୍ବରକୁ ଡାଏଲ କଲେ ପୁଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ପରି ସବୁ ଜରୁରୀ ସେବା ମିଳିପାରିବ। ଆଜି   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। କୌଣସି ବ୍ୟକ୍ତି ପ୍ରଥମେ ୧୧୨କୁ କଲ୍‌ କରିବ। ପରେ ସଂପୃକ୍ତ ବ୍ୟକ୍ତିଙ୍କ ସମସ୍ୟା ସଂପର୍କରେ ବୁଝି ନିର୍ଦ୍ଦିଷ୍ଟ ବିଭାଗକୁ ସେହି କଲ୍‌ ଟ୍ରାନ୍ସଫର କରିବ।

ପୁଲିସ ପାଖରେ ସବୁ କଲ୍‌ ରେକର୍ଡ ରହିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର ଓ ସବୁ ଜିଲ୍ଲାର ମୁଖ୍ୟାଳୟରେ ଏହି ସେବା କାର୍ଯ୍ୟ କରିବ। ଏହି ଯୋଜନା ପାଇଁ ୧୫୭ କୋଟି ଟଙ୍କାର ବଜେଟ କରାଯାଇଛି। ୧୧୨ ନମ୍ବର ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ୧୦୦, ୧୦୧, ୧୦୨, ୧୦୮ ପରି ନମ୍ବର କାର୍ଯ୍ୟକ୍ଷମ ଅଛି। ୧୧୨ର ବ୍ୟବହାର ସଂପର୍କରେ ସମସ୍ତେ ସଚେତନ ହେବା ପରେ ପୂର୍ବ ଜରୁରୀ ନମ୍ବର ଗୁଡ଼ିକ ଧୀରେ ଧୀରେ ବନ୍ଦ ହୋଇଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।