ନୂଆପଡ଼ା: ପାଟଦରହା ଜଙ୍ଗଲରୁ ୬୮୯ ଡିଟୋନେଟର, ୧୦ଟି ଟିଫିନ୍ ବୋମା ଜବତ

ନୂଆପଡ଼ା: ନୂଆପଡ଼ା ବୋଡେନ ଥାନା ପାଟଦରହା ସଂରକ୍ଷିତ ଜଙ୍ଗଲରୁ ଶନିବାର ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ସିଆଇପିଏଫ, ଏସ୍ଓଜି ଓ ଡିଭିଏଫର ମିଳିତ କମ୍ୱିଂ ବେଳେ ଏକ ମାଓ କ୍ୟାମ୍ପ ଠାବ କରାଯାଇଥିଲା। ଏହି କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ, ୬୮୯ଟି ଡିଟୋନେଟର, ୧୦ଟି ଟିଫିନ ବୋମା, ଗୋଟିଏ ବନ୍ଧୁକ, ୬ କେଜି ଆମୋନିୟମ ନାଇଟ୍ରେଡ, ମାଓ ପୋଷାକ, ସିଲେଇ ମେସିନ, ଜେନେରେଟର ଆଦି ଅନେକ ସାମଗ୍ରୀ ଜବତ କରାଯାଇଛି। ତେବେ […]

nuapad1

nuapad1

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 10:49 AM IST

Sports

Latest News

nuapadaନୂଆପଡ଼ା: ନୂଆପଡ଼ା ବୋଡେନ ଥାନା ପାଟଦରହା ସଂରକ୍ଷିତ ଜଙ୍ଗଲରୁ ଶନିବାର ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ସିଆଇପିଏଫ, ଏସ୍ଓଜି ଓ ଡିଭିଏଫର ମିଳିତ କମ୍ୱିଂ ବେଳେ ଏକ ମାଓ କ୍ୟାମ୍ପ ଠାବ କରାଯାଇଥିଲା। ଏହି କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ସହ, ୬୮୯ଟି ଡିଟୋନେଟର, ୧୦ଟି ଟିଫିନ ବୋମା, ଗୋଟିଏ ବନ୍ଧୁକ, ୬ କେଜି ଆମୋନିୟମ ନାଇଟ୍ରେଡ, ମାଓ ପୋଷାକ, ସିଲେଇ ମେସିନ, ଜେନେରେଟର ଆଦି ଅନେକ ସାମଗ୍ରୀ ଜବତ କରାଯାଇଛି। ତେବେ ଚଢ଼ାଉ ବେଳେ ଉକ୍ତ କ୍ୟାମ୍ପରେ କୌଣସି ମାଓବାଦୀ ନଥିଲେ ବୋଲି ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିପରି ଏହି ଚଢ଼ାଉ ବେଳେ ଗୁଳି ବିନିମୟ ବି ହୋଇ ନ ଥିଲା ବୋଲି ସେ କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ଉକ୍ତ ଅଞ୍ଚଳରେ କମ୍ବିଂ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos