ଡାକ୍ତରଙ୍କୁ ମାଡ଼, ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି

କୋମନା: ନୂଆପଡ଼ା କୋମନା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସ୍ଵାସ୍ଥ୍ୟ ପରୀକ୍ଷା କରିବା ବାହାନାରେ ଆସି ଦୁଇ ଜଣ ଯୁବକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ଓମ୍‌ସାର ନୂଆପଡ଼ା ଶାଖା ଓ ଆଇଏମ୍‌ଏସ୍‌ ସଂଘ ଘୋର ନିନ୍ଦା କରିଛି। ଏଥିସହିତ ଅଭିଯୁକ୍ତମାନଙ୍କୁ  ଗିରଫ କରିବା ପାଇଁ ସଂଘ ପ‍କ୍ଷରୁ ଦାବି କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କୋମନା ଥାନା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।