ନୂଆପଡ଼ା: ରାସ୍ତା କାମକୁ ବିରୋଧକରି ମାଓବାଦୀ ଜାଳିଦେଲେ ୬ ଗାଡ଼ି

maoନୂଆପଡ଼ା: ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତ ବ୍ରାହ୍ମଣୀ-ସିରିଗିଡ଼ିଠାରେ ରବିବାର ସକାଳେ ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ। ବ୍ରାହ୍ମଣୀ-ସରିଗିଡ଼ି ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ୬ଟି ଗାଡ଼ି ପୋଡ଼ି ଦେଇଛନ୍ତି। ରାସ୍ତା କାମରେ ନିୟୋଜିତ ମିକ୍ସର ମେସିନ, ପାଣି ଟ୍ୟାଙ୍କର ସମେତ ୬ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି।

ନୂଆପଡ଼ା ଏସପି କହିଛନ୍ତି, ସକାଳ ପ୍ରାୟ ୯ଟା ବେଳେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ ବ୍ରହ୍ମଣୀ-ସିରିଗିଡ଼ିର ହାଟପଦା ସ୍ଥିତ କ୍ୟାମ୍ପ ଉପରେ ଆକ୍ରମଣ କରି ଦେଇଥିଲେ। ସେମାନେ କ୍ୟାମ୍ପ ପରିସରରେ ଥିବା ଗାଡ଼ି ଗୁଡ଼ିକୁ ପୋଡ଼ି ଦେଇଥିଲେ। ସେମାନେ ଉକ୍ତ ରାସ୍ତା କାମକୁ ବିରୋଧ କରି ଆସୁଥିଲେ।

ଦିନବେଳା ମାଓବାଦୀଙ୍କ ଏପରି କାଣ୍ଡରେ ସ୍ଥାନୀୟ ଅଞ୍ଚଳରେ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି।