ନିଆଳି ପରେ ନୂଆପଡାରେ ଅଜଣା ଜନ୍ତୁର ଭୟ; ମାରିଦେଲା ୬ ଛେଳି

ନୂଆପଡ଼ା: ନିଆଳି ଓ କଳାହାଣ୍ଡି ପରେ ନୂଆପଡ଼ାରେ ଅଜଣା ଜନ୍ତୁଙ୍କ ଭୟ। ଏଠାରେ ମେଣ୍ଢା ନୁହେଁ ଛେଳିକୁ ମାରିଦେଉଛି ଅଜଣା ଜନ୍ତୁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ସଦର ବ୍ଲକ ଜୁନାନୀ ଗାଁରେ ଆଜି ୬ଟି ଛେଳିର ମୃତ୍ୟୁ ହୋଇଥିବାବେଳେ ୧୦ରୁ ଅଧିକ ଛେଳିଙ୍କ ପତ୍ତା ମିଳୁନି। ଏନଇ ଅଭିଯୋଗ ହେବା ପରେ ବନ ବିଭାଗ ଅଧିକାରୀମାନେ ଗାଁରେ ପହଞ୍ଚି ଅଜଣା ଜନ୍ତୁର ପାଦ ଚିହ୍ନ ସଂଗ୍ରହ କରିଛି।