ନୂଆପଡା: ଟେଙ୍ଗନାବସା ଗାଁରେ ଝାଡାବାନ୍ତି, ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା: ନୂଆପଡା ଜିଲ୍ଲା ସମରସିଂ ପଞ୍ଚାୟତର ଟେଙ୍ଗନାବସା ଗାଁରେ ଝାଡାବାନ୍ତି ବ୍ୟାପି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ରୋଗରେ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗତକାଲି ସନ୍ଧ୍ୟାରେ ଗ୍ରାମରେ ପ୍ରଥମେ ଏହି ରୋଗ ଦେଖାଦେଇଥିଲା । ପରେ ଏହା ମାଝି ପଡାକୁ ବ୍ୟାପି ଯାଇଥିଲା । ଝାଡାବାନ୍ତିରେ ଗ୍ରାମର ଗୁପାଲି ମାଝି ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଗାଁରେ ଝାଡାବାନ୍ତି ବ୍ୟାପି ଥିବା ସୂଚନା […]

nuapada

nuapada

Rakesh Mallick
  • Published: Friday, 25 September 2015
  • Updated: 25 September 2015, 04:54 PM IST

Sports

Latest News

nuapadaନୂଆପଡା: ନୂଆପଡା ଜିଲ୍ଲା ସମରସିଂ ପଞ୍ଚାୟତର ଟେଙ୍ଗନାବସା ଗାଁରେ ଝାଡାବାନ୍ତି ବ୍ୟାପି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ରୋଗରେ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗତକାଲି ସନ୍ଧ୍ୟାରେ ଗ୍ରାମରେ ପ୍ରଥମେ ଏହି ରୋଗ ଦେଖାଦେଇଥିଲା । ପରେ ଏହା ମାଝି ପଡାକୁ ବ୍ୟାପି ଯାଇଥିଲା । ଝାଡାବାନ୍ତିରେ ଗ୍ରାମର ଗୁପାଲି ମାଝି ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଗାଁରେ ଝାଡାବାନ୍ତି ବ୍ୟାପି ଥିବା ସୂଚନା ପାଇ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରୀ ଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ୧୦ଜଣ ଗୁରୁତରଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଦଳ ଗାଁରେ କ୍ୟାମ୍ପ କରି ଅନ୍ୟମାନଙ୍କ ଚିକିତ୍ସା କରାଯାଉଛି । ଅଙ୍ଗନୱାଡି, ଆଶା ଓ ସ୍ୱାସ୍ଥ୍ୟ କର୍ମୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି କୂଅ, ନଳକୂପରେ ବ୍ଲିଚିଙ୍ଗ ପକାଇଛନ୍ତି । ଏବେ ଝାଡାବାନ୍ତି ନିୟନ୍ତ୍ରଣରେ ଥିବା କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଦିବାକର ଓଝା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos