ବରିଷ୍ଠ ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର: ଆଜି ବରିଷ୍ଠ ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ସୁକାନ୍ତ ତ୍ରିପାଠୀ ହେଲେ କଳାହାଣ୍ଡି ପିଡି ଡିଆରଡିଏ। ସେହିପରି ଅତୁଲ୍ୟ ଚମ୍ପତ୍ତିରାୟ ଅନୁଗୋଳ, ମହେଶ୍ୱର ସ୍ୱାଇଁ ବଲାଙ୍ଗିର, ଭୂମେଶ ସ୍ୱାଇଁ ସୁନ୍ଦରଗଡ଼, ଭିନ୍‌ସେଣ୍ଟ ପୁନମ୍‌ କାନ୍ତ ଏକ୍କା ଦେବଗଡ଼, ଦିଲୀପ କୁମାର ସାହୁ ଭଦ୍ରକ, ବୃଷଭ ଚନ୍ଦ୍ର ନାୟକ ନୂଆପଡ଼ା, ଶରତ ପଣ୍ଡା କନ୍ଧମାଳ, ତ୍ରିଲୋଚନ ପ୍ରଧାନ ବାଲେଶ୍ୱର, ଉଦୟ ନାରାୟଣ ଦାସ କଟକ, ଅଭୟ କୁମାର ନାୟକ ନୟାଗଡ଼, ଅଭିରାମ କେର୍କେଟା ବରଗଡ଼, ପ୍ରଭାତ ଭୋଇ ଢେଙ୍କାନାଳ, ଭକ୍ତଚରଣ ପ୍ରଧାନ ବୌଦ୍ଧ, ସନତ ମହାନ୍ତି ଗଜପତି, ସରୋଜ ମିଶ୍ର ଖୋର୍ଦ୍ଧା, ଦେବେନ ପ୍ରଧାନ କୋରାପୁଟ, ମଧୁସୂଦନ ମିଶ୍ର ରାୟଗଡ଼ା ଓ ତୁଷାରକାନ୍ତ ମହାନ୍ତି ହେଲେ ମୟୂରଭଞ୍ଜ ପିଡି ଡିଆରଡିଏ।