ବୁର୍ଲ୍ଲା ଡାକ୍ତରଙ୍କ ବଦଳିକୁ ନେଇ ତେଜୁଛି ବିରୋଧ

ସମ୍ବଲପୁର: ବୁର୍ଲ୍ଲା ଭିମସାର ୧୪ଜଣ ଡାକ୍ତରଙ୍କ ବଦଳିକୁ ନେଇ ବିରୋଧ ତେଜିବାରେ ଲାଗିଛି। ଆଜି ବୁର୍ଲା ଜୁନିଅର ଡାକ୍ତର ସଂଘ, ହାଉସ ସର୍ଜନ, ପିଜି ଡାକ୍ତର ଏବଂ ଅଣ୍ଡର ଗ୍ରାଜୁଏଟ୍‌ ଡାକ୍ତରୀ ଛାତ୍ରଛାତ୍ରୀ ଭିମସାର ଅଧିକ୍ଷକଙ୍କୁ ଘେରାଉ କରିଥିଲେ । ୧୪ଜଣ ଡାକ୍ତରଙ୍କୁ ବ୍ରହ୍ମପୁର, ବାରିପଦା ଓ କୋରାପୁଟକୁ ବଦଳି ପାଇଁ ସରକାରୀ ନିର୍ଦ୍ଦେଶ ଆସିଛି । ଜୁନିଅର ଡାକ୍ତର ସଂଘର ଅଭିଯୋଗ ଅନୁସାରେ ଏବେ ମେଡିକାଲରେ ଡାକ୍ତରଙ୍କ ଅଭାବ ରହିଛି। ଏହି ସମୟରେ ଯେଉଁମାନେ ଅଛନ୍ତି […]

VIMSAR-Burla-Medicos

VIMSAR-Burla-Medicos

Rakesh Mallick
  • Published: Sunday, 26 March 2017
  • Updated: 26 March 2017, 10:29 PM IST

Sports

Latest News

ସମ୍ବଲପୁର: ବୁର୍ଲ୍ଲା ଭିମସାର ୧୪ଜଣ ଡାକ୍ତରଙ୍କ ବଦଳିକୁ ନେଇ ବିରୋଧ ତେଜିବାରେ ଲାଗିଛି। ଆଜି ବୁର୍ଲା ଜୁନିଅର ଡାକ୍ତର ସଂଘ, ହାଉସ ସର୍ଜନ, ପିଜି ଡାକ୍ତର ଏବଂ ଅଣ୍ଡର ଗ୍ରାଜୁଏଟ୍‌ ଡାକ୍ତରୀ ଛାତ୍ରଛାତ୍ରୀ ଭିମସାର ଅଧିକ୍ଷକଙ୍କୁ ଘେରାଉ କରିଥିଲେ ।

୧୪ଜଣ ଡାକ୍ତରଙ୍କୁ ବ୍ରହ୍ମପୁର, ବାରିପଦା ଓ କୋରାପୁଟକୁ ବଦଳି ପାଇଁ ସରକାରୀ ନିର୍ଦ୍ଦେଶ ଆସିଛି । ଜୁନିଅର ଡାକ୍ତର ସଂଘର ଅଭିଯୋଗ ଅନୁସାରେ ଏବେ ମେଡିକାଲରେ ଡାକ୍ତରଙ୍କ ଅଭାବ ରହିଛି। ଏହି ସମୟରେ ଯେଉଁମାନେ ଅଛନ୍ତି ତାଙ୍କୁ ଯଦି ଅନ୍ୟତ୍ର ବଦଳି କରାଯିବ ତେବେ ସ୍ୱାସ୍ଥ୍ୟସେବା ବିଗିଡି ଯିବାର ଆଶଙ୍କା ରହିଛି। ଏହାବାଦ ଆଗରୁ ଚୁକ୍ତି ଭିତ୍ତିରେ ୫୬ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଛି।

ବଦଳି ନିଷ୍ପତ୍ତି ବାତିଲ କରା ନ ଗଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଜୁନିଅର ଡାକ୍ତର ସଂଘ ଚେତାବନୀ ଦେଇଛି।

ଡିପିସି ଜରିଆରେ ପ୍ରମୋସନ ଦିଆଯାଇ ଡାକ୍ତରମାନଙ୍କୁ ବଦଳି କରାଯାଇଛି ବୋଲି ଭିମସାର ଅଧିକ୍ଷକ କହିଛନ୍ତି।

ଅନ୍ୟପକ୍ଷରେ ଡାକ୍ତରଙ୍କ ବଦଳି ପ୍ରତିବାଦରେ ଆସନ୍ତାକାଲି ବିଜେପି ବୁର୍ଲା ମଣ୍ଡଳ ପକ୍ଷରୁ ବୁର୍ଲା ବନ୍ଦ ଡାକରା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos