ଅକ୍ଟୋବର ୨୯ରୁ ଖାଦ୍ୟ ସୁରକ୍ଷା ଆଇନର ଦ୍ୱିତୀୟ ପର୍ଯ୍ୟାୟ ରେସନ କାର୍ଡ ବଣ୍ଟନ: ମୟୂରଭଞ୍ଜରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୯ରୁ ଖାଦ୍ୟ ସୁରକ୍ଷା ଆଇନର ଦ୍ୱିତୀୟ ପର୍ଯ୍ୟାୟ ରେସନ କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ ହେବ। ମୟୂରଭଞ୍ଜରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା।

ସେ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ୧୬ଟି ଜିଲ୍ଲା ସାମିଲ ହୋଇଛି। ଏଥିରେ ୯୫ ଲକ୍ଷ ରେସନ କାର୍ଡ ବଣ୍ଟନ କରାଯିବ। ଏଥିରୁ ୧ କୋଟି ୯୯ ଲକ୍ଷ ୫୦ ହଜାର ଲୋକ ଏଥିରେ ଉପକୃତ ହେବେ। ପ୍ରଥମ ପର୍ଯ୍ୟାୟ ପାଇଁ ଏବେ କାର୍ଡ ବଣ୍ଟନ ଚାଲିଥିବା ବେଳେ ନଭେମ୍ୱର ୧ରୁ ଏହି ଆଇନରେ ହିତାଧିକାରୀ ରିହାତି ଦରରେ ଖାଦ୍ୟ ଶସ୍ୟ ପାଇବେ।