ଲାଗୁ ହେଲା ଅଡ-ଇଭିନ ଫର୍ମୁଲା; ଜାଣନ୍ତୁ, ଆଜି ଗଡ଼ିବ କେଉଁ ଗାଡ଼ି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସାରା ବିଶ୍ୱ କରୋନା ପରି ମହାମାରୀର ମୁକାବିଲା କରୁଛି। ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜିଠାରୁ ଟ୍ୱିନ୍ ସିଟିରେ ଲାଗୁ ହୋଇଛି ଅଡ-ଇଭିନ୍ ଫର୍ମୁଲା। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି। ଆଜି ଟ୍ୱିନ୍‌ ସିଟିରେ ଅଡ ନମ୍ବର ଗାଡ଼ି ଗଡ଼ିବ ବୋଲି ଜଣାଯାଇଛି। ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମ ଆଧାରରେ ଲାଗୁ ହେବ  ଅଡ-ଇଭିନ୍ […]

bbsr99999999999

bbsr99999999999

Tapaswini Nayak
  • Published: Saturday, 21 March 2020
  • Updated: 21 March 2020, 10:20 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସାରା ବିଶ୍ୱ କରୋନା ପରି ମହାମାରୀର ମୁକାବିଲା କରୁଛି। ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜିଠାରୁ ଟ୍ୱିନ୍ ସିଟିରେ ଲାଗୁ ହୋଇଛି ଅଡ-ଇଭିନ୍ ଫର୍ମୁଲା। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି। ଆଜି ଟ୍ୱିନ୍‌ ସିଟିରେ ଅଡ ନମ୍ବର ଗାଡ଼ି ଗଡ଼ିବ ବୋଲି ଜଣାଯାଇଛି।

ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମ ଆଧାରରେ ଲାଗୁ ହେବ  ଅଡ-ଇଭିନ୍ ଫର୍ମୁଲା। ଯେପରି ଗାଡ଼ିର ଶେଷ ଅକ୍ଷର ୨, ୪, ୬, ୮ ଏବଂ ଶୂନ ହେଲେ ଯୁଗ୍ମ। ସେହିଭଳି ୧, ୩, ୫, ୭ ଏବଂ ୯ ନମ୍ବର ଥିଲେ ଅଯୁଗ୍ମ ବୋଲି ବିବେଚନା କରାଯିବ। ତେବେ ଏହି ନିୟମ କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭେଇକିଲ୍ ପାଇଁ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି। ଯେପରିକି, ବସ୍, ଟାକ୍ସି, ଅଟୋ ପାଇଁ କେବଳ ଅଡ-ଇଭିନ ଫର୍ମାଟ୍ ଲାଗୁ ହେବ।

ତେବେ ପ୍ରାଇଭେଟ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ଏହାସହ ସରକାରୀ, ଭଡ଼ା ଗାଡ଼ି ଓ ଜରୁରିକାଳୀନ ଗାଡ଼ି ପାଇଁ ଏହା ଲାଗୁ ହେବ ନାହିଁ। ପ୍ରାଇଭେଟ ହସ୍ପିଟାଲ ଓ ଡାକ୍ତର ବ୍ୟବହାର କରୁଥିବା ଗାଡ଼ି ପାଇଁ ମଧ୍ୟ ଏହା ଲାଗୁ ହେବନାହିଁ।

ସେହିପରି ଗଞ୍ଜାମ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ବସ୍‌ରେ ନିର୍ଦ୍ଧାରିତ ସଂଖ୍ୟାରୁ ଅଧା ଯାତ୍ରୀଙ୍କୁ ନେବା ଲାଗି ନିର୍ଦ୍ଦେଶ ରହିଛି। ସେହିପରି ଅଟୋରେ ୨ଜଣ ଓ ବାଇକ୍‌ରେ ମାତ୍ର ଜଣେ ଆରୋହୀ ଯିବାକୁ ନିର୍ଦ୍ଦେଶ ରହିଛି।

ସେପଟେ ଟ୍ରାଫିକ୍ ଡିସିପି ସାଗରିକା ନାଥ ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି ଯେ, ଅଡ୍ ଇଭିନ୍ ଫର୍ମୁଲା ଦ୍ୱାରା କଟକ ଓ ଭୁବନେଶ୍ୱରରେ ଚାଲୁଥିବା ଟ୍ୟାକ୍ସି ଏବଂ ଅଟୋକୁ ନିୟନ୍ତ୍ରଣ କରାଯାଉଛି। ଯଦ୍ୱାରା ଏହି ଗାଡ଼ିଗୁଡିକ ଦିନେ ଛାଡି ଦିନେ ଚଳାଚଳ କରିବ। ତେବେ ଭୁବନେଶ୍ୱର ଓ କଟକ ଦେଇ ଯାଉଥିବା ଟ୍ରକ୍ ଏବଂ ବସ୍‌ଗୁଡିକ ପାଇଁ କୌଣସି କଟକଣା ଜାରି କରାଯାଇ ନାହିଁ ।

କରୋନା ସଂକ୍ରମଣ ରୋକିବାକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କରୋନା ପାଇଁ କେନ୍ଦୁଝରରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି ହୋଇଛି। ଜିଲ୍ଲାର ୫ଟି ମ୍ୟୁନିସିପାଲଟି ଯଥା, କେନ୍ଦୁଝର, ଯୋଡ଼ା, ବଡ଼ବିଲ, ଚମ୍ପୁଆ ଏବଂ ଆନନ୍ଦପୁର ପାଇଁ ଏହି ନିୟମ ଲାଗୁ ହୋଇଛି। ଏହି ସବୁ ଅଞ୍ଚଳରେ ବସ୍, ଟ୍ୟାକ୍ସି, ଅଟୋରିକ୍ସା ଭଳି ପବ୍ଲିକ ଟ୍ରାନ୍ସପୋର୍ଟରେ ଅଡ୍-ଇଭେନ କଟକଣା ଲାଗୁ ହୋଇଛି। ଯୁଗ୍ମ ଦିନରେ ଯୁଗ୍ମ ନମ୍ବର, ଅଯୁଗ୍ମ ଦିନରେ ଅଯୁଗ୍ମ ନମ୍ବର ଗାଡ଼ି ଚାଲିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ  ଘରୋଇ, ହସ୍ପିଟାଲ, ଜରୁରୀ ସେବା ଗାଡ଼ି ଉପରେ ଏହି କଟକଣା ଲାଗୁ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos