ଭୁବନେଶ୍ୱର: ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ଓଡ଼ିଆ ନୌସେନା ଅଫିସର ଗିରଫ। ତାଙ୍କ ନାଁ ଅଭିଜିତ୍ ଆଚାର୍ଯ୍ୟ। ଅଭିଜିତ୍ଙ୍କ ଘର ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ। କୋର୍ଟ ଓ୍ୱାରେଣ୍ଟ ବଳରେ ଅଭିଜିତ୍ଙ୍କୁ ଭାଇଜାଗ୍ରୁ ଗିରଫ କରିଛି ଭୁବନେଶ୍ୱରର ମଞ୍ଚେଶ୍ୱର ପୋଲିସ୍ । ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଅଣାଯାଇଛି। ସେ ଭାଇଜାଗରେ ନାଭାଲ୍ ଆର୍ମାମେଣ୍ଟ ଡିପୋରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି।
ଅଭିଜିତ୍ଙ୍କ ନାଁରେ ଭୁବନେଶ୍ୱର ଏସଡିଜେଏମ୍ଙ୍କ କୋର୍ଟରେ NBW ଓ୍ୱାରେଣ୍ଟ ଇସ୍ୟୁ ହୋଇଥିଲା। ଅଭିଜିତ୍ଙ୍କ ପତ୍ନୀ ଯୌତୁକ ନିର୍ଯାତନା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହାସହିତ ପରିବାରର ତିନି ଜଣଙ୍କ ନାଁରେ ମଧ୍ୟ ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।