ନବୀନ ପରଷିଲେ ଖାଣ୍ଟି ଓଡ଼ିଆ ଖାଦ୍ୟ, ମେନୁରେ ପଖାଳ ସହ କ’ଣ ରହିଛି ପଢନ୍ତୁ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ନବୀନ ନିବାସରେ ହେବିୱେଟ ନେତାଙ୍କ ମଧ୍ୟାହ୍ନ ଭୋଜନ। ଉପସ୍ଥିତ ଅଛନ୍ତି ଜାତୀୟସ୍ତରର ନେତା। ଡାଇନିଂରୁମରେ ଏକାଠି ବସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ,  ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ। ମେନ୍ୟୁରେ ରହିଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ,  ପିଆଜ ପିଠା, ଶାଗ ବଡ଼ି, ସଜନା ଛୁଇଁ ଭଜା ଏବଂ ଛେନାପୋଡ଼। ଏସବୁ ଖାଦ୍ୟ କଦଳିପତ୍ରରେ ହିଁ ପରଷା ଯାଇଛି। ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି […]

nabin daining

nabin daining

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 04:35 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ନବୀନ ନିବାସରେ ହେବିୱେଟ ନେତାଙ୍କ ମଧ୍ୟାହ୍ନ ଭୋଜନ। ଉପସ୍ଥିତ ଅଛନ୍ତି ଜାତୀୟସ୍ତରର ନେତା। ଡାଇନିଂରୁମରେ ଏକାଠି ବସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ,  ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ। ମେନ୍ୟୁରେ ରହିଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ,  ପିଆଜ ପିଠା, ଶାଗ ବଡ଼ି, ସଜନା ଛୁଇଁ ଭଜା ଏବଂ ଛେନାପୋଡ଼। ଏସବୁ ଖାଦ୍ୟ କଦଳିପତ୍ରରେ ହିଁ ପରଷା ଯାଇଛି।

ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ପ୍ରକାଶିତ ‘ଦି ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ଅବସରରେ ଯୋଗ ଦେବାକୁ ଆସିଥିବା  ଏହି ନେତାମାନେ ନବୀନ ନିବାସରେ ମଧ୍ୟାହ୍ନଭୋଜନ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଏହି ଲଞ୍ଚ ବିଷୟରେ ଉଲ୍ଲେଖ କରିଛନ୍ତି। ସେହିପରି ବରିଷ୍ଠ ନେତାମାନଙ୍କ ପାଖରେ ଏକାଠି ବସି ଖାଇବାର ଅବସର ସୃଷ୍ଟି ହୋଇଥିବାରୁ ନିଜକୁ ଆନନ୍ଦିତ ମନେ କରୁଛନ୍ତି ବୋଲି ନବୀନ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁଯାୟୀ ବିଜୁ ପଟ୍ଟନାୟକଙ୍କ ଜୀବନୀ ଆଧାରରେ ଆଜି ‘ଦି ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି।  ଭୁବନେଶ୍ୱରର ଉତ୍କଳମଣ୍ଡପରେ ଉକ୍ତ କାର୍ଯ୍ୟକ୍ରମ ହେବାର କାର୍ଯ୍ୟକ୍ରମ ରହିଛି।  ଏଥିରେ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା, ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଓ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀ ଯୋଗ ଦେଉଛନ୍ତି। ବହିଟିକୁ ପ୍ରଖ୍ୟାତ ଲେଖକ ସୁନ୍ଦର ଗଣେଶନ୍‌ ଲେଖିଛନ୍ତି। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରଭୁ ଚାଓ୍ଵଲା ପୁସ୍ତକଟିର ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ସଭାପତିତ୍ୱ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos