ଓଡ଼ିଶା ଅବକାରୀ ଆଇନ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ରେ ଆଜି ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ଅବକାରୀ ଆଇନରେ ସଂଶୋଧନ ପ୍ରସ୍ତାବ ଆଜି କ୍ୟାବିନେଟ୍‌ରେ ମଞ୍ଜୁର ହୋଇଛି। ଏହି ପ୍ରସ୍ତାବ ଅନୁଯାୟୀ ଏଣିକି ରାଜ୍ୟ ସରକାର ମଦ ଦୋକାନ ପାଇଁ ଲାଇସେନ୍ସ ପ୍ରଦାନ କରି ପାରିବେ। ପୂର୍ବରୁ ଅବକାରୀ କମିଶନରଙ୍କ ନିକଟରେ ମଦ ଦୋକାନ ଲାଇସେନ୍ସ ପ୍ରଦାନର କ୍ଷମତା ଥିଲା।

ରାଜ୍ୟ ସରକାର ସଂସ୍କୃତ କଲେଜ ଅଧ୍ୟାପକଙ୍କ ଲାଗି ଗ୍ରାଣ୍ଟ ଇନ୍‌ ଏଡ ବ୍ୟବସ୍ଥା ଲାଗୁ କରିଛନ୍ତି ସରକାର। ଏ ସମ୍ପର୍କୀତ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଏହାଦ୍ୱାରା ୨୪୩ ଜଣ ଅଧ୍ୟାପକ ଏବଂ ୬୦ ଜଣ କର୍ମଚାରୀ ଉପକୃତ ହୋଇପାରିବେ। ଓଡ଼ିଶା ଜୁଡିସିଆଲ ସର୍ଭିସ ରୁଲ୍‌ ୨୦୦୭ରେ ସଂଶୋଧିନ ପ୍ରସ୍ତାବ ମଧ୍ୟ ଗୃହିତ ହୋଇଛି। ଆଡଭୋକେଟ୍‌ ଜେନେରାଲଙ୍କ ଭତ୍ତାକୁ ଦ୍ୱିଗୁଣିତ କରାଯାଇଥିବା ବେଳେ କୋର୍ଟରେ ନିଯୁକ୍ତ ଲ’ ଅଫିସରଙ୍କ ଭତ୍ତାକୁ ମଧ୍ୟ ବଢାଇ ଦିଆଯାଇଛି।