ଜୀବନରେ କେବେ ଓଡ଼ିଶା ଆସିବି ନାହିଁ: କାଟ୍‌ଜୁ

ଭୁବନେଶ୍ୱର: ଜୀବନରେ କେବେ ଓଡ଼ିଶା ଆସିବେ ନାହିଁ ବୋଲି ଜଷ୍ଟିସ୍‌ ମାର୍କଣ୍ଡେୟ କାଟ୍‌ଜୁ କହିଛନ୍ତି। ଓଡ଼ିଆଙ୍କ ସମ୍ପର୍କରେ ଫେସବୁକ୍‌ରେ କଟୁକ୍ତି ପ୍ରସଙ୍ଗରେ ଗତକାଲି କ୍ଷମା ପ୍ରାର୍ଥନା କରିବା ପରେ ଆଜି ପୁଣି ଏକ ପୋଷ୍ଟ କରି ସେ ଏହା ଲେଖିଛନ୍ତି। ସେ ଲେଖିଛନ୍ତି,“ ମୋର ପୁରୁଣା ପୋଷ୍ଟ କାହାକୁ ଆଘାତ ଦେଇଥିଲେ ମୁଁ ସ୍ପଷ୍ଟ କରିଛି ଯେ ତାହା ହାଲୁକା ଭାବେ ମଜାକ୍‌ରେ ଲେଖାଯାଇଥିଲା। ତଥାପି କ୍ଷମା ପ୍ରାର୍ଥନା କରିଥିବା ପୋଷ୍ଟରେ ମୋତେ  ଅନେକ ଅପମାନଜନକ କମେଣ୍ଟ ମିଳୁଛି। ତେଣୁ ମୁଁ ଜୀବନରେ କେବେବି ଓଡ଼ିଶା ନ ଆସିବାକୁ ନିଷ୍ପତ୍ତି ନେଇଛି। ଓଡ଼ିଆମାନେ ସେମାନଙ୍କ ଘରେ ଖୁସିରେ ରୁହନ୍ତୁ ଓ ମୁଁ ମୋ ଘରେ ଖୁସିରେ ରହିବି।”