ସରିଲା ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର: ସରିଲା ବିଧାନସଭା ବଜେଟ୍‌ ଅଧିବେଶନ। ବ୍ୟୟ ମଞ୍ଜୁର ବିଲ୍‌ ପାରିତ ହେବା ପରେ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯାଇଛି। ଶେଷ ଦିନରେ ବରଗଡ଼ ଚାଷୀ ହାଡୁ ବଗର୍ତ୍ତୀ ଆତ୍ମହତ୍ୟା ଅଭିଯୋଗର ତଦନ୍ତ ପାଇଁ ହାଉସ୍‌ କମିଟି ଗଠିତ ହୋଇଛି। ଏହି କମିଟିର ଅଧ୍ୟକ୍ଷା ହେଉଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସରୁ ବିଧାୟକ ଯୋଗେଶ ସିଂହ, ସୁବଳ ସାହୁ, ସମୀର […]

Odisha-Assembly-5-1

Odisha-Assembly-5-1

Rakesh Mallick
  • Published: Friday, 31 March 2017
  • Updated: 31 March 2017, 10:25 PM IST

Sports

Latest News

ଭୁବନେଶ୍ୱର: ସରିଲା ବିଧାନସଭା ବଜେଟ୍‌ ଅଧିବେଶନ। ବ୍ୟୟ ମଞ୍ଜୁର ବିଲ୍‌ ପାରିତ ହେବା ପରେ ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରାଯାଇଛି।

ଶେଷ ଦିନରେ ବରଗଡ଼ ଚାଷୀ ହାଡୁ ବଗର୍ତ୍ତୀ ଆତ୍ମହତ୍ୟା ଅଭିଯୋଗର ତଦନ୍ତ ପାଇଁ ହାଉସ୍‌ କମିଟି ଗଠିତ ହୋଇଛି। ଏହି କମିଟିର ଅଧ୍ୟକ୍ଷା ହେଉଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ। କମିଟିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସରୁ ବିଧାୟକ ଯୋଗେଶ ସିଂହ, ସୁବଳ ସାହୁ, ସମୀର ଦାଶ, ପ୍ରଭାତ ତ୍ରିପାଠୀ ଓ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଅଛନ୍ତି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବାଚସ୍ପତି ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୭ ଜଣିଆ ହାଉସ୍‌ କମିଟି ଗଠିତ ହୋଇଛି। ଏହି କମିଟିରେ ବିରୋଧୀଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ବିକ୍ରମ ଆରୁଖ, ପ୍ରଦୀପ ମହାରଥୀ, ସଞ୍ଜୟ ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ, ଅନନ୍ତ ଦାସ, ତାରା ବାହିନୀପତି ପ୍ରମୁଖ ସଦସ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos