ଆଜି ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଶେଷ ଦିନ। ଅନ୍ତିମ ଦିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।

ସ୍ୱଳ୍ପ ଅବଧି ବିଶିଷ୍ଟ ଏହି ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟଦିବସ ଥିଲା। ତେବେ ବିଜେପି, ବିଜେଡି ଓ କଂଗ୍ରେସର ଛକପଞ୍ଝା ଭିତରେ ବିଧାନସଭା ଗତ ୭ ଦିନ ଧରି ସୁରୁଖୁରରେ ଚାଲି ପାରିନାହିଁ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଅଧିକାଂଶ ପ୍ରଶ୍ନକାଳ ବାତିଲ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।