ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନ ଡିସେମ୍ବର ୩୦ ଯାଏଁ ଚାଲିବାର ଅଛି। ସର୍ବମୋଟ ଏଥିରେ ୨୬ଟି କାର୍ଯ୍ୟ ଦିବସ ରହିଛି। ୧୬ଟି ଦିବସରେ ସରକାରୀ କାର୍ଯ୍ୟ ଓ ୫ଟି ବୈଠକ ଦିବସରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ସଂପାଦିତ ହେବ। ଅଧବେଶନ ପାଇଁ ରଣନୀତି ସହ ପ୍ରସ୍ତୁତ ଅଛନ୍ତି ଶାସକ ଓ ବିରୋଧୀ। ଚାଷୀ ଆତ୍ମହତ୍ୟା, ଚକଡ଼ା ପୋକ ଓ ନକଲି କୀଟନାଶକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ […]

ass1

ass1

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 07:55 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଏହି ଅଧିବେଶନ ଡିସେମ୍ବର ୩୦ ଯାଏଁ ଚାଲିବାର ଅଛି। ସର୍ବମୋଟ ଏଥିରେ ୨୬ଟି କାର୍ଯ୍ୟ ଦିବସ ରହିଛି। ୧୬ଟି ଦିବସରେ ସରକାରୀ କାର୍ଯ୍ୟ ଓ ୫ଟି ବୈଠକ ଦିବସରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟ ସଂପାଦିତ ହେବ। ଅଧବେଶନ ପାଇଁ ରଣନୀତି ସହ ପ୍ରସ୍ତୁତ ଅଛନ୍ତି ଶାସକ ଓ ବିରୋଧୀ। ଚାଷୀ ଆତ୍ମହତ୍ୟା, ଚକଡ଼ା ପୋକ ଓ ନକଲି କୀଟନାଶକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛି ବିରୋଧୀ। ସେହିଭଳି ବଜେଟ୍ ଲିକ୍ ନେଇ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିବା ଏବଂ ମହାନଦୀ ପ୍ରସଙ୍ଗରେ ଶ୍ୱେତପତ୍ର ପାଇଁ ମଧ୍ୟ ଦାବି କରାଯିବ ବୋଲି ବିଜେପିର ବିଧାୟକ ଦଳ ବୈଠକରେ ଦଳ ନିଷ୍ପତ୍ତି ନେଇଛି।

ଗୃହରେ କୃଷି ଓ କୃଷକଙ୍କ ସମସ୍ୟା ନେଇ ଆଲୋଚନା କରିବୁ ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଥିଲେ। ଅନ୍ୟପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ବିଜେଡି ବି ରଣନୀତି ପ୍ରସ୍ତୁତ କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos