ଓଡ଼ିଶା ବାସଗୃହ ମିଶନ୍ ‘ଆବାସ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସହରରେ ରହୁଥିବା ଆର୍ଥିକ ଅନଗ୍ରସର, ବସ୍ତି ବାସିନ୍ଦା ଓ ସ୍ୱଳ୍ପ ଆୟକାରୀଙ୍କ ପାଇଁ ଖୁସି ଖବର। କାରଣ ମୁଣ୍ଡ ଗୁଞ୍ଜିବାକୁ ଏମାନଙ୍କୁ ଘର ଯୋଗାଇ ଦେବେ ସରକାର। ଏଥିପାଇଁ ଆଜି ଆରମ୍ଭ ହୋଇଛି ଓଡ଼ିଶା ବାସଗୃହ ମିଶନ୍ ‘ଆବାସ’। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଘାଟିକିଆ, ପାଣ୍ଡାରା ଓ ନଖରା ଅଞ୍ଚଳରେ ଏଥିପାଇଁ ଜମି ଚିହ୍ନଟ ହୋଇଛି। ଏଠାରେ ଘର ତିଆରି କରି ସ୍ୱଳ୍ପ ଆୟକାରୀ ବସ୍ତି ବାସିନ୍ଦା […]

awas

awas

Rakesh Mallick
  • Published: Sunday, 11 October 2015
  • Updated: 11 October 2015, 02:21 PM IST

Sports

Latest News

ଭୁବନେଶ୍ୱର: ସହରରେ ରହୁଥିବା ଆର୍ଥିକ ଅନଗ୍ରସର, ବସ୍ତି ବାସିନ୍ଦା ଓ ସ୍ୱଳ୍ପ ଆୟକାରୀଙ୍କ ପାଇଁ ଖୁସି ଖବର। କାରଣ ମୁଣ୍ଡ ଗୁଞ୍ଜିବାକୁ ଏମାନଙ୍କୁ ଘର ଯୋଗାଇ ଦେବେ ସରକାର। ଏଥିପାଇଁ ଆଜି ଆରମ୍ଭ ହୋଇଛି ଓଡ଼ିଶା ବାସଗୃହ ମିଶନ୍ ‘ଆବାସ’। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଘାଟିକିଆ, ପାଣ୍ଡାରା ଓ ନଖରା ଅଞ୍ଚଳରେ ଏଥିପାଇଁ ଜମି ଚିହ୍ନଟ ହୋଇଛି। ଏଠାରେ ଘର ତିଆରି କରି ସ୍ୱଳ୍ପ ଆୟକାରୀ ବସ୍ତି ବାସିନ୍ଦା ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୫ ହଜାର ୫୪୮ ଘର ନିର୍ମାଣ ହେବ। ଏଥିପାଇଁ ୩୭୫ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରତିଘର ଲାଗି ୬ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏଥିପାଇଁ କେନ୍ଦ୍ର ସରକାର ଦେଢ଼ ଲକ୍ଷ, ହିତାଧିକାରୀ ଦେବେ ଦେଢ଼ ଲକ୍ଷ ଓ ଅବଶିଷ୍ଟ ଟଙ୍କା ରାଜ୍ୟ ସରକାର ବହନ କରିବେ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ମହାନଗର ନିଗମ ଓ ପୌରାଞ୍ଚଳକୁ ଆବାସ ଯୋଜନାରେ ସାମିଲ କରାଯାଇଛି। ନୂଆ ବାସଗୃହ ନୀତି ଅନୁସାରେ ହିତାଧିକାରୀ ଚୟନ, ଆବଣ୍ଟନ ପ୍ରକିୟା ଓ ସୁଲଭ ବାସଗୃହ ନିର୍ମାଣ ପ୍ରକଳ୍ପର ପରିଚାଳନା ପାଇଁ ଢାଞ୍ଚା ପ୍ରସ୍ତୁତ ହେବ। ତେବେ କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ କରିବାରେ ଏହା ବିଜେଡିର ଆଉ ଏକ ପ୍ରୟାସ ବୋଲି ବିଜେପି ଅଭିଯୋଗ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos