ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଦାବି: ବ୍ଲକଗ୍ରାଣ୍ଟ୍ ବଦଳରେ ଏକ ନୂଆ ଅନୁଦାନ ଆଇନ ପ୍ରସ୍ତୁତ ହେଉ

ଭୁବନେଶ୍ୱର: ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ସମସ୍ୟା ନେଇ ଗୁରୁବାର ସଚିବାଳୟରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ଆଲୋଚନା ହୋଇଯାଇଛି। ଏଥିରେ ବ୍ଲକଗ୍ରାଣ୍ଟ ବଦଳରେ ଏକ ନୂଆ ଅନୁଦାନ ଆଇନ ପ୍ରସ୍ତୁତ କରିବା ପାଇଁ ଦାବି କରିଛି ଓଡିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ଏନେଇ କମିଟିକୁ ଏକ ମଡେଲ ଅନୁଦାନ ଆଇନର ନମୁନା ପ୍ରଦାନ କରିଛି ମହାସଂଘ। ଆସନ୍ତା ଡିସେମ୍ୱର ୩୧ ସୁଦ୍ଧା ସରକାର ଏହାକୁ ତର୍ଜମା କରି ଅନୁଦାନ ଆଇନ ଘୋଷଣା କରିବାକୁ ମହାସଂଘ ଦାବି କରିଛି। […]

school teacher

school teacher

Rakesh Mallick
  • Published: Friday, 27 November 2015
  • Updated: 27 November 2015, 02:47 AM IST

Sports

Latest News

ଭୁବନେଶ୍ୱର: ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ସମସ୍ୟା ନେଇ ଗୁରୁବାର ସଚିବାଳୟରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ଆଲୋଚନା ହୋଇଯାଇଛି। ଏଥିରେ ବ୍ଲକଗ୍ରାଣ୍ଟ ବଦଳରେ ଏକ ନୂଆ ଅନୁଦାନ ଆଇନ ପ୍ରସ୍ତୁତ କରିବା ପାଇଁ ଦାବି କରିଛି ଓଡିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ। ଏନେଇ କମିଟିକୁ ଏକ ମଡେଲ ଅନୁଦାନ ଆଇନର ନମୁନା ପ୍ରଦାନ କରିଛି ମହାସଂଘ। ଆସନ୍ତା ଡିସେମ୍ୱର ୩୧ ସୁଦ୍ଧା ସରକାର ଏହାକୁ ତର୍ଜମା କରି ଅନୁଦାନ ଆଇନ ଘୋଷଣା କରିବାକୁ ମହାସଂଘ ଦାବି କରିଛି। ସେହିଭଳି ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସହିତ ପୁନଃନିଯୁକ୍ତି ନେଇ ଆଲୋଚନା ହୋଇଥିଲା। କିନ୍ତୁ ଆଲୋଚନାରେ ନିଆଯାଇଥିବା ନିଷ୍ପତ୍ତି ସନ୍ତୋଷଜନକ ନୁହେଁ ବୋଲି କହିଛି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ଅନ୍ୟପକ୍ଷରେ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଉଚ୍ଚନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରିବେ। ଆସନ୍ତା ୧ତାରିଖରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି ବିବାଦ ମାମଲାର ଶୁଣାଣି ଥିବାରୁ ୨ ତାରିଖ ପରେ ସଂଘ ସହିତ ଆଲୋଚନା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos