ତିନି ବର୍ଷରେ କଣ କରିଛୁ ଆମେ?, ଲୋକଙ୍କୁ ଜଣାଇବେ ବିଜେପି ଓ ବିଜେଡି ନେତା

ଭୁବନେଶ୍ୱର: ସରକାରଙ୍କ ତିନିବର୍ଷ ପୂର୍ତ୍ତି ପାଳନକୁ ନେଇ ବିଜେଡି ଓ ବିଜେପି ଛକ୍କାପଞ୍ଝା। ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ଉତ୍ସବକୁ ୧୫ ଦିନ ଧରି ପାଳିବା ପାଇଁ ବିଜେପି ଅଣ୍ଟା ଭିଡ଼ିଛି। ବିଜେପିକୁ ଟକ୍କା ଦେବା ପାଇଁ ବିଜେଡି ପଛରେ ନାହିଁ। ନବୀନ ସରକାରଙ୍କ ୩ ବର୍ଷ ପୂର୍ତ୍ତିକୁ ପାଳିବା ପାଇଁ ବିଜେଡି ମଧ୍ୟ ଲୋକଙ୍କ ପାଖକୁ ଯିବ। ଏହା ପୂର୍ବରୁ ଆସନ୍ତା ୨୦ରେ ବସୁଥିବା ବିଜେଡି ବୈଠକରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ। […]

mode+naveen

mode+naveen

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 08:12 PM IST

ଭୁବନେଶ୍ୱର: ସରକାରଙ୍କ ତିନିବର୍ଷ ପୂର୍ତ୍ତି ପାଳନକୁ ନେଇ ବିଜେଡି ଓ ବିଜେପି ଛକ୍କାପଞ୍ଝା। ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ଉତ୍ସବକୁ ୧୫ ଦିନ ଧରି ପାଳିବା ପାଇଁ ବିଜେପି ଅଣ୍ଟା ଭିଡ଼ିଛି। ବିଜେପିକୁ ଟକ୍କା ଦେବା ପାଇଁ ବିଜେଡି ପଛରେ ନାହିଁ। ନବୀନ ସରକାରଙ୍କ ୩ ବର୍ଷ ପୂର୍ତ୍ତିକୁ ପାଳିବା ପାଇଁ ବିଜେଡି ମଧ୍ୟ ଲୋକଙ୍କ ପାଖକୁ ଯିବ। ଏହା ପୂର୍ବରୁ ଆସନ୍ତା ୨୦ରେ ବସୁଥିବା ବିଜେଡି ବୈଠକରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ନବୀନ।

ଆସନ୍ତା ୨୧ରେ ବିଜେଡି ଚତୁର୍ଥ ପାଳିର ତୃତୀୟ ବର୍ଷ ପୂରୁଛି। ପଞ୍ଚାୟତ ଝଟକା ପରେ ବିଜେଡି ଏହାକୁ ଧୂମ୍‌ଧାମରେ ପାଳିବାକୁ ଯାଉଛି। ବିଜେଡି କର୍ମୀ ଗାଁ ଗାଁରେ ପହଞ୍ଚିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଖାସ୍ ସେଥିପାଇଁ ୨୦ ତାରିଖରେ ବିଜେଡି ଡାକିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଥିରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ଓ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ସୁପ୍ରିମୋ। ଫୋକସ୍‌ରେ ରହିବ ସଙ୍ଗଠନ ସଜାଡ଼ିବା, ନିରାମୟ, ମମତା ଓ ଆହାର ଭଳି ରାଜ୍ୟ ସରକାରଙ୍କ ସଫଳ ଯୋଜନା। ଏହାଛଡ଼ା କେନ୍ଦ୍ର ସରକାର କରିଥିବା ଅବହେଳା ସଂପର୍କରେ ଲୋକଙ୍କୁ ଅବଗତ କରାଇବେ ବିଧାୟକ ଓ ମନ୍ତ୍ରୀମାନେ। ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସହ ଯୋଡି ହେବାକୁ କହିପାରନ୍ତି ମୁଖ୍ୟମନ୍ତ୍ରୀ। ତେବେ ବୈଠକରେ ଚୂଡାନ୍ତ କାର୍ଯ୍ୟ ଖସଡା ଘୋଷଣା ହେବ।

ମେ ୨୬ରେ ମୋଦି ସରକାରଙ୍କର ପୂରିବ ୩ ବର୍ଷ। ସେଥିପାଇଁ ମେ ୨୬ରୁ ଜୁନ୍ ୧୫ ମଧ୍ୟରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ୩୦ ହେଭିୱେଟ୍ ନେତା। ଏହି ନେତାମାନେ ୨୧ଟି ସଂସଦୀୟ କ୍ଷେତ୍ରରେ ରୋଡ୍ ସୋ ଓ ଶୋଭଯାତ୍ରା କରି ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବେ। ତାସହ ରାଜ୍ୟକୁ କେନ୍ଦ୍ର ଦେଇଥିବା ଅନୁଦାନର ହିସାବ ଓ ୧୭ ବର୍ଷରେ ରାଜ୍ୟ ସରକାରଙ୍କ ବିଫଳତା ବି ଦର୍ଶାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story