ଜୁଏଲଙ୍କ ଜଏନିଂ ଫଣ୍ଡା: କହିଲେ ବିଜେଡି ଛାଡ଼ି ବହୁ ନେତା ବିଜେପିରେ ମିଶିବେ

ଭୁବନେଶ୍ୱର: ବିଜେପିରେ ଅନ୍ୟ ଦଳର ନେତାଙ୍କ ଯୋଗଦାନ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ।  ଜୁଏଲ୍ କହିଛନ୍ତି “ ବିଜେପିରେ କିଛି ନେତା ଯୋଗ ଦେଇଛନ୍ତି। ଆଗକୁ ଆଉ କିଛି  ନେତା ଯୋଗଦେବେ। ୧୯୯୫ ମସିହାରେ ଜନତା ଦଳ ଭଳି ଏବେ ବିଜେଡିର ଅବସ୍ଥା ହୋଇଛି।”