ପଦ୍ମ ପୋଖରୀ ମୋହ ତୁଟାଇ ଶଙ୍ଖ ମୁହାଁ ହେଲେଣି ନାରାୟଣ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମ ପୋଖରୀ ଆଉ ଭଲ ଲାଗିଲାନି। ସେଥିପାଇଁ ଏବେ ଶଙ୍ଖ ମୁହାଁ ନାରାୟଣ। ଆପଣ ଭାବୁଥିବେ ଆମେ ଭଗବାନ ନାରାୟଣଙ୍କ କଥା କହୁଛୁ। ହେଲେ କଥାଟା ଟିକେ ଅଲଗା। ଆମେ କହୁଛୁ ବରଗଡ଼ିଆ ନାରାୟଣଙ୍କ କଥା। ମାନେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କ ବିଷୟରେ। ବାବୁ କୁଆଡେ ଏଥର ବିଜେଡିକୁ ଯାଉଛନ୍ତି। ପଦ୍ମ ଦଳିଆଙ୍କ ମୁହଁ ଫୁଟାଣି ଓ ଅହଙ୍କାର ତାଙ୍କୁ କୁଆଡେ ଭଲ ଲାଗିଲାନି। ଆଉ ଖାସ ସେଇଥିପାଇଁ […]

narayan sahoo

narayan sahoo

Rakesh Mallick
  • Published: Tuesday, 21 November 2017
  • Updated: 21 November 2017, 07:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମ ପୋଖରୀ ଆଉ ଭଲ ଲାଗିଲାନି। ସେଥିପାଇଁ ଏବେ ଶଙ୍ଖ ମୁହାଁ ନାରାୟଣ। ଆପଣ ଭାବୁଥିବେ ଆମେ ଭଗବାନ ନାରାୟଣଙ୍କ କଥା କହୁଛୁ। ହେଲେ କଥାଟା ଟିକେ ଅଲଗା। ଆମେ କହୁଛୁ ବରଗଡ଼ିଆ ନାରାୟଣଙ୍କ କଥା। ମାନେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କ ବିଷୟରେ। ବାବୁ କୁଆଡେ ଏଥର ବିଜେଡିକୁ ଯାଉଛନ୍ତି। ପଦ୍ମ ଦଳିଆଙ୍କ ମୁହଁ ଫୁଟାଣି ଓ ଅହଙ୍କାର ତାଙ୍କୁ କୁଆଡେ ଭଲ ଲାଗିଲାନି। ଆଉ ଖାସ ସେଇଥିପାଇଁ ଆଜି ନବୀନ ନିବାସ ଯାଇ ଶଙ୍ଖରେ ପ୍ରବେଶ ପାଇଁ ମୁଖିଆଙ୍କୁ ଭେଟିଛନ୍ତି ନାରାୟଣ। ଏଣେ ପଦ୍ମ ଦଳର ମଙ୍ଗ ଧରିଥିବା ବାବୁ ବସନ୍ତ କଥାଟାକୁ ସେମିତି ଗୁରୁତ୍ୱ ଦେଉ ନ ଥିବା ପରି ମନହେଉଛି।

ନାରାୟଣ ଦଳ ଛାଡ଼ିବା ନେଇ ମିଡ଼ିଆବାଲାଙ୍କ ପ୍ରଶ୍ନର ଉତ୍ତରରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି-“ବିଜେପି କୌଣସି ବ୍ୟକ୍ତି ଆଧାରରେ କିଛି କଥା କହେନାହିଁ। ନିଜ ସଙ୍ଗଠନର ବୈଚାରିକ ଆଧାରରେ କଥା କହିଥାଏ। ଆଗାମୀ ଦିନରେ ବରଗଡ଼ରେ ବିଜେପି ବିଜୟଲାଭ କରିବ, ସେନେଇ ପ୍ରସ୍ତୁତି ଚାଲିଛି। କିଏ ଗଲେ ମଧ୍ୟ ଦଳ ଦୁର୍ବଳ ହେବାର ନାହିଁ।”

ସେ କହିଛନ୍ତି-“ବର୍ତ୍ତମାନ ସୁଦ୍ଧା ମୋ’ ପାଖରେ ନାରାୟଣଙ୍କ ଇସ୍ତଫା ପତ୍ର ପହଞ୍ଚି ନାହିଁ। କେବଳ ଗଣମାଧ୍ୟମରୁ ଶୁଣିବାକୁ ପାଉଛି। ତିନି ଦିନ ତଳେ ଦଳୀୟ ବୈଠକରେ ସେ ଉପସ୍ଥିତ ଥିଲେ। ଜିଲ୍ଲାର ସାଙ୍ଗଠନିକ ରିପୋର୍ଟ ମଧ୍ୟ ସଂଗ୍ରହ କରିଥିଲେ। ନାରାୟଣଙ୍କ ଇସ୍ତଫା ପତ୍ର ଏପର୍ଯ୍ୟନ୍ତ ମୁଁ ପାଇନି। ମାତ୍ର ଅପଣମାନଙ୍କ ପାଖରେ ତାଙ୍କର ଇସ୍ତଫାପତ୍ର ପହଞ୍ଚିଛି। ଏଥିରୁ ଅନୁମାନ କରିପାରୁଥିବେ ସେ କେମିତିକା ବ୍ୟକ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି-“ପୂର୍ବରୁ ନାରାୟଣଙ୍କର ଯେଉଁ ଅସନ୍ତୋଷ ଥିଲା, ତାହା ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା। ମାତ୍ର ସେଥିରେ ସେ ସନ୍ତୁଷ୍ଟ ନହୋଇ ଅନ୍ୟ କଥାରେ ପ୍ରଭାବିତ ହୋଇ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି। ସେଥିରେ ଆମେ କିଛି ଦୁଃଖ କରିବାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos