ବିପିୟୁଟି ବିଲ୍‌କୁ ନେଇ ସରକାରଙ୍କୁ ଶକ୍ତ ଧକ୍କା: ପାରିତ ବିଲ୍‌କୁ କାହିଁକି ଫେରାଇଦେଲେ ରାଜ୍ୟପାଳ?

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ବିଲ୍‌କୁ ନେଇ ଅଡୁଆରେ ରାଜ୍ୟ ସରକାର। ଏହି ବିଲ୍‌ରେ ଥିବା ସଂଶୋଧନ ପ୍ରସ୍ତାବକୁ ରାଜ୍ୟପାଳ ଏସ୍‌ସି ଜମୀର ନାପସନ୍ଦ କରିଛନ୍ତି। ବିଲ୍‌ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ପ୍ରୋ-ଚାନ୍ସଲର ରହିବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ। ଫଳରେ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବ୍ୟବସ୍ଥାରେ ମନ୍ତ୍ରୀଙ୍କର ସିଧାସଳଖ ହସ୍ତକ୍ଷେପ ରହିବ। କୁଳାଧିପତିଙ୍କୁ ଦିଆଯାଇଥିବା ଦକ୍ଷତା ମଧ୍ୟ ପ୍ରୋ-ଚାନ୍ସଲର ବ୍ୟବହାର କରିପାରିବେ। ବିଶ୍ୱବିଦ୍ୟାଳୟ ପଦବୀ ପୂରଣ, ପରୀକ୍ଷା ପରିଚାଳନା ଓ ଭିତ୍ତିଭୁମି ବିକାଶ […]

bput bill-present-in

bput bill-present-in

Rakesh Mallick
  • Published: Monday, 24 April 2017
  • Updated: 24 April 2017, 08:22 PM IST

Sports

Latest News

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ବିଲ୍‌କୁ ନେଇ ଅଡୁଆରେ ରାଜ୍ୟ ସରକାର। ଏହି ବିଲ୍‌ରେ ଥିବା ସଂଶୋଧନ ପ୍ରସ୍ତାବକୁ ରାଜ୍ୟପାଳ ଏସ୍‌ସି ଜମୀର ନାପସନ୍ଦ କରିଛନ୍ତି।

ବିଲ୍‌ ଅନୁଯାୟୀ ବିଶ୍ୱବିଦ୍ୟାଳୟରେ ପ୍ରୋ-ଚାନ୍ସଲର ରହିବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ। ଫଳରେ ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବ୍ୟବସ୍ଥାରେ ମନ୍ତ୍ରୀଙ୍କର ସିଧାସଳଖ ହସ୍ତକ୍ଷେପ ରହିବ। କୁଳାଧିପତିଙ୍କୁ ଦିଆଯାଇଥିବା ଦକ୍ଷତା ମଧ୍ୟ ପ୍ରୋ-ଚାନ୍ସଲର ବ୍ୟବହାର କରିପାରିବେ। ବିଶ୍ୱବିଦ୍ୟାଳୟ ପଦବୀ ପୂରଣ, ପରୀକ୍ଷା ପରିଚାଳନା ଓ ଭିତ୍ତିଭୁମି ବିକାଶ ସାଙ୍ଗକୁ ନିଯୁକ୍ତି କ୍ଷେତ୍ରରେ ମନ୍ତ୍ରୀ ହସ୍ତକ୍ଷେପ କରିପାରିବେ। ଏହାକୁ ରାଜ୍ୟପାଳ ନାପସନ୍ଦ କରିବା ସହିତ ଯୁକ୍ତି ଦର୍ଶାଇଛନ୍ତି, ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବ ଓ ରାଜନୈତିକ ହସ୍ତକ୍ଷେପ ବଢ଼ିବ।

ଶିକ୍ଷାବିତ ପ୍ରୀତୀଶ ଆଚାର୍ଯ୍ୟ କହିଛନ୍ତି,“ପ୍ରୋ-ଚାନ୍ସଲର ପଦବୀରେ ଜଣେ ମନ୍ତ୍ରୀଙ୍କୁ ନିଯୁକ୍ତି କରିବା ଠିକ୍‌ ନୁହେଁ। ଯାହାଦ୍ୱାରା ବିପିୟୁଟିର ଗୁଣାତ୍ମକ ଶିକ୍ଷାର ମାନ ହାନୀ ଘଟିବ।”

ବୈଷୟିକ ଶିକ୍ଷାରେ ସଂସ୍କାର ଲାଗି ସରକାର ଏହି ବିଲ୍‌କୁ ବିଧାନସଭାରେ ପାରିତ କରି ଚୂଡ଼ାନ୍ତ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ। କିନ୍ତୁ ରାଜ୍ୟପାଳ ଏହାକୁ ଫେରାଇ ଦେଇଥିବାରୁ ଏବେ ପୁଣି ଥରେ ବିଲ୍‌କୁ ବିଧାନସଭାରେ ଉପସ୍ଥାପନ କରାଯିବ।

ରାଜନୀତି ବିଜ୍ଞାନ ବିଷାରଦ ଅମରେଶ୍ୱର ମିଶ୍ର କହିଛନ୍ତି,“ବିପିୟୁଟି ସଂଶୋଧନ ବିଲ୍‌ରେ ଯଦି ରାଜ୍ୟପାଳ ଏକମତ ନୁହେଁ ତାହା ହେଲେ ସେ କିଛି ପ୍ରସ୍ତାବ ଦେଇ ଫେରାଇ ଦେବେ। ବିଧାନସଭାରେ ତାହା ଉପରେ ତର୍ଜମା କରାଯିବ। ଯଦି ବିଧାନସଭାରେ କିଛି ସଂଶୋଧନ ନକରି ଆଉ ଥରେ ପଠାଯାଏ ତାହାହେଲେ ରାଜ୍ୟପାଳ ଦସ୍ତଖତ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story