ଆସନ୍ତାକାଲି ସୁଦ୍ଧା ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଅତି ଭୟଙ୍କର ବାତ୍ୟାର ରୂପ ଧାରଣ କରି ଉଗ୍ର ହୋଇ ଓଡ଼ିଶା ଉପକୂଳ ଅଭିମୁଖେ ମାଡ଼ି ଆସୁଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୩ତାରିଖ ଅପରାହ୍ନ ସାଢ଼େ ୫ଟାରେ ପୁରୀ ନିକଟସ୍ଥ ଅଞ୍ଚଳରେ ‘ଫୋନି’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଆଜି […]

ss

ss

Hemant Lenka
  • Published: Wednesday, 01 May 2019
  • Updated: 02 May 2019, 10:06 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଅତି ଭୟଙ୍କର ବାତ୍ୟାର ରୂପ ଧାରଣ କରି ଉଗ୍ର ହୋଇ ଓଡ଼ିଶା ଉପକୂଳ ଅଭିମୁଖେ ମାଡ଼ି ଆସୁଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ୩ତାରିଖ ଅପରାହ୍ନ ସାଢ଼େ ୫ଟାରେ ପୁରୀ ନିକଟସ୍ଥ ଅଞ୍ଚଳରେ ‘ଫୋନି’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ଆଜି ଅପରାହ୍ନରେ କେନ୍ଦ୍ର କ୍ୟାବିନେଟ ସଚିବ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପ୍ରସଙ୍ଗରେ ମୁଖ୍ୟ ସଚିବଙ୍କ ସହ ସମୀକ୍ଷା ବୈଠକ କରିଥିବାବେଳେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସବୁ ଜିଲ୍ଲା ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସମାନଙ୍କ ସହ ଆଲୋଚନା କରିବା ସହ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ‘ଫୋନି’ ବାତ୍ୟାରେ କ୍ଷତିଗ୍ରସ୍ତ ହେବାକୁ ଥିବା ପ୍ରାୟ ୧୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଟାର୍ଗେଟ୍ କରିଥିବାବେଳେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ଲୋକଙ୍କୁ ଆଶ୍ରୟ ସ୍ଥଳକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ବାତ୍ୟାର ମୁକାବିଲା ପାଇଁ ସର୍ବୋଚ୍ଚସ୍ତରରେ ପଦକ୍ଷେପ ନିଆଯାଉଛି। ଜିରୋ କାଜୁଆଲିଟି ଓ ପ୍ରତ୍ୟେକ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିଶେଷକରି ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରାୟ ୧ଲକ୍ଷ ଶୁଖିଲା ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ ରଖିଥିବାବେଳେ ଆକାଶମାର୍ଗରୁ ଏହା ପକାଇବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।

ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାରେ ଅତ୍ୟଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ୨୮ଟି ଏନଡିଆରଏଫ୍ ଟିମକୁ ଏସବୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଇଥିବାବେଳେ ୨୦ଟି ଓଡ୍ରାଫ ଟିମ ଓ ଅଗ୍ନିଶମ ଟିମକୁ ମଧ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୩ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ପୁରୀରେ ‘ଫୋନି’ ଲ୍ୟାଣ୍ଡଫଲ୍ କରିବାର ଆଶଙ୍କା ରହିଥିବାରୁ ଅସ୍ତରଙ୍ଗ ଓ କାକଟପୁରର ସମୁଦ୍ର କୂଳିଆ ଅଞ୍ଚଳ ସମେତ ଚିଲିକା ଭିତରେ ଥିବା ଗାଁଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ପର୍ଯ୍ୟଟକମାନଙ୍କୁ ୨ତାରିଖ ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ସରକାର ପରାମର୍ଶ ଦେଇଥିବାବେଳେ ୨ରୁ ୫ତାରିଖ ପର୍ଯ୍ୟନ୍ତ ହୋଟେଲଗୁଡ଼ିକରେ ବୁକିଂ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୨ତାରିଖ ସନ୍ଧ୍ୟାରୁ ୩ତାରିଖ ରାତି ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି ।

‘ଫୋନି’ର ମୁକାବିଲା ପାଇଁ ନୌସେନା ଓ ତଟରକ୍ଷୀ ବାହିନୀକୁ ସମ୍ପୂର୍ଣ୍ଣ ସଜାଗ ରଖାଯାଇଥିବାବେଳେ ସତର୍କତାମୂଳକ ପଦକ୍ଷେପ ବାୟୁସେନାର ୨ଟି ହେଲିକପ୍ଟର ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ‘ଫୋନି’ ବାତ୍ୟାକୁ ନେଇ ସରକାରୀସ୍ତରରେ ପ୍ରସ୍ତୁତିର ସମୀକ୍ଷା କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କ୍ୟାବିନେଟ୍ ସଚିବଙ୍କ ସହ ଓଡ଼ିଶାରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଓ ସମ୍ଭାବ୍ୟ କ୍ଷୟକ୍ଷତି ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି ।
୮୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ବିଭିନ୍ନ ସ୍କୁଲ-କଲେଜରେ ସ୍ଥାନାନ୍ତରିତ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି। ଏସବୁ ସ୍ଥାନରେ ରନ୍ଧା ଖାଦ୍ୟ, ପାନୀୟ ଜଳ, ଆଲୋକ ଓ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ହୋଇଛି।

ବାତ୍ୟାରେ ୧୪ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼, କଟକ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ ଓ କେନ୍ଦୁଝର। ଏହି ଜିଲ୍ଲାର ତଳିଆ ଓ ପାହାଡ଼ିଆ ଅଞ୍ଚଳ ଏବଂ କଚ୍ଚାଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ପର୍ଯ୍ୟାପ୍ତ ପରିମାଣର ପଲି୍ଥିନ ଓ ଖାଦ୍ୟସାମଗ୍ରୀ ମହଜୁଦ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story