ମୀରା କୁମାରଙ୍କୁ ଭୋଟ୍‌ ଦେବାକୁ କଂଗ୍ରେସର ବିଧାୟକ ଦଳ ବୈଠକରେ ସହମତି

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ଭୋଟ ଦେବା ନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସଙ୍ଗୁକ ନେଇ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବସିଥିଲା ବୈଠକ। ଏଥିରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ସିଦ୍ଧାର୍ଥ ପଟେଲ ଯୋଗଦେଇଥିଲେ। ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ସମର୍ଥନ ଦେବା ନେଇ କହିଛନ୍ତି ବିରୋଧୀ ଦଳ ନେତା। ୧୬ଜଣ ବିଧାୟକଙ୍କ ମଧ୍ୟରୁ ୧୫ଜଣ ଭୋଟ ଦେବା ନେଇ ନିଶ୍ଚିତ […]

congress

congress

Rakesh Mallick
  • Published: Sunday, 16 July 2017
  • Updated: 16 July 2017, 07:30 PM IST

Sports

Latest News

ଭୁବନେଶ୍ୱର: ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ଭୋଟ ଦେବା ନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସଙ୍ଗୁକ ନେଇ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବସିଥିଲା ବୈଠକ। ଏଥିରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ଭାବେ ସିଦ୍ଧାର୍ଥ ପଟେଲ ଯୋଗଦେଇଥିଲେ।

ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ସମର୍ଥନ ଦେବା ନେଇ କହିଛନ୍ତି ବିରୋଧୀ ଦଳ ନେତା। ୧୬ଜଣ ବିଧାୟକଙ୍କ ମଧ୍ୟରୁ ୧୫ଜଣ ଭୋଟ ଦେବା ନେଇ ନିଶ୍ଚିତ ହୋଇଛି। ସୁବଳ ସାହୁଙ୍କ ଅସୁସ୍ଥତା ଯୋଗୁଁ ସେ ଭୋଟ ଦେଇପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି। ଏଥିସହ ମୀରା କୁମାରଙ୍କୁ ଭୋଟଦେବା ପାଇଁ ସିପିଆଇଏମ୍ ଓ ସ୍ୱାଧୀନ ବିଧାୟକଙ୍କୁ ନିବେଦନ କରାଯାଇଛି ବୋଲି କହିଛନ୍ତି ନରସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos