‘ରାଜ୍ୟରେ ବଢିଛନ୍ତି ଗଜରାଜ’

ଭୁବନେଶ୍ୱର: ରାଜ୍ୟରେ ବଢିଛି ହାତୀ ସଂଖ୍ୟା। ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ୨୨ଟି ହାତୀ ବୃଦ୍ଧି ପାଇଛନ୍ତି। ୨୦୧୭ରେ ହୋଇଥିବା ହାତୀ ଗଣନା ପରେ ଏହି ତଥ୍ୟ ରଖିଛନ୍ତି ସରାକାର। ଗତ ମେ’ ୯ରୁ ୧୨ ତାରିଖ ମଧ୍ୟରେ ରାଜ୍ୟର ୪୩ଟି ଜଙ୍ଗଲ ଓ ବନ୍ୟପ୍ରାଣୀ ଡିଭିଜନରେ ହାତୀ ଗଣନା କରାଯାଇଥିଲା। ଏଥିରୁ ରାଜ୍ୟରେ ଏବେ ମୋଟ ହାତୀ ସଂଖ୍ୟା ୧୯୭୬ ରହିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩୪୪ ଅଣ୍ଡିରା, ୧୦୯୨ ମାଈ ଏବଂ ୫୦୨ ଛୁଆ ହାତୀ ରହିଥିବା ଗଣନାରୁ ଜଣାପଡ଼ିଛି। ତେବେ ଅବଶିଷ୍ଟ ୩୮ ହାତୀର ଲିଙ୍ଗ ସ୍ପଷ୍ଟ ହୋଇପାରିନି। ଏହା ପୂର୍ବରୁ ୨୦୧୫ରେ ହୋଇଥିବା ହାତୀ ଗଣନା ବେଳେ ରାଜ୍ୟରେ ମୋଟ ୧୯୫୪ ହାତୀ ରହିଥିବା ଜଣାପଡ଼ିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।