ମଦ ବିକ, ପୁରସ୍କାର ନିଅ, ଅଦ୍ଭୁତ ପ୍ରସ୍ତାବକୁ ନେଇ ବିବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମଦ ବିକ ପୁରସ୍କାର ନିଅ। ଧାର୍ଯ୍ୟ କୋଟାରୁ ଅଧିକ ମଦ ବିକିଲେ ଦୋକାନୀଙ୍କୁ ପୁରସ୍କାର ଦେବାକୁ ସୁପାରିସ କରିଛି ବିଧାନସଭାର ଅବକାରୀ ସ୍ଥାୟୀ କମିଟି । ଏହା ପଛର ଯୁକ୍ତି ହେଉଛି ମଦରୁ ଯେମିତି ଅଧିକ ରାଜସ୍ୱ ମିଳିବ ସେଥିଲାଗି ପ୍ରୋତ୍ସାହିତ କରିବା।  ଗତ ଦଶବର୍ଷରେ ମଦରୁ ସରକାର ପାଉଥିବା ରାଜସ୍ୱ ପାଖାପାଖି ୫ ଗୁଣ ବଢ଼ିଥିଲେ ବି ଆହୁରି ଅଧିକ ରାଜସ୍ୱ ଲୋଭରେ ଅଧିକ ବିଦେଶୀ ମଦ ଦୋକନ ଖୋଲିବା ସହ ମଦଦୋକାନୀଙ୍କୁ ପୁରସ୍କାର […]

654

654

Tapas Behera
  • Published: Saturday, 13 July 2019
  • Updated: 13 July 2019, 09:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମଦ ବିକ ପୁରସ୍କାର ନିଅ। ଧାର୍ଯ୍ୟ କୋଟାରୁ ଅଧିକ ମଦ ବିକିଲେ ଦୋକାନୀଙ୍କୁ ପୁରସ୍କାର ଦେବାକୁ ସୁପାରିସ କରିଛି ବିଧାନସଭାର ଅବକାରୀ ସ୍ଥାୟୀ କମିଟି । ଏହା ପଛର ଯୁକ୍ତି ହେଉଛି ମଦରୁ ଯେମିତି ଅଧିକ ରାଜସ୍ୱ ମିଳିବ ସେଥିଲାଗି ପ୍ରୋତ୍ସାହିତ କରିବା।  ଗତ ଦଶବର୍ଷରେ ମଦରୁ ସରକାର ପାଉଥିବା ରାଜସ୍ୱ ପାଖାପାଖି ୫ ଗୁଣ ବଢ଼ିଥିଲେ ବି ଆହୁରି ଅଧିକ ରାଜସ୍ୱ ଲୋଭରେ ଅଧିକ ବିଦେଶୀ ମଦ ଦୋକନ ଖୋଲିବା ସହ ମଦଦୋକାନୀଙ୍କୁ ପୁରସ୍କାର ପରି ଅଦ୍ଭୁତ ପ୍ରସ୍ତାବ ଦେଇଛି କମିଟି । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ।

ଏପ୍ରିଲ ୨୯ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଦିନ ଭଦ୍ରକର ତିହିଡ଼ି ଓ ଚାନ୍ଦବାଲିରେ ବିଷାକ୍ତ ମଦ ପିଇ ଲିଭିଗଲା ୧୨ରୁ ଅଧିକ ଲୋକଙ୍କ ଜୀବନ ଦୀପ। ରାଜନୈତିକର ବୟାନ ବାଜି ହେଲା। ପରସ୍ପର ମୁଣ୍ଡରେ ଦୋଷ ଲଦିଲେ ନେତା। ହେଲେ ମଦ ମୃତ୍ୟୁର ସୌଦାଗରକୁ କିନ୍ତୁ ଏଯାଏଁ ଠାବ କରାଯାଇ ପାରିନି।

ଅତୀତରେ ମଦମୃତ୍ୟୁର ଏମିତି ଅନେକ ବିଭୀଷିକା ରାଜ୍ୟ ରାଜନୀତିରେ ହଇଚଇ ଆଣିଛି । ହେଲେ ମଦରୁ ଆସୁଥିବା ରାଜସ୍ୱର ଲୋଭ କିନ୍ତୁ ସରକାରଙ୍କୁ ଯେମିତି ଅନ୍ଧ କରି ଦେଇଛି।  ଏହାର ତାଜା ଉଦାହରଣ ବିଧାନସଭା ଷ୍ଟାଣ୍ଡିଂ କମିଟିର ଏ ସୁପାରିଶ। ୧୨ଟି ସୁପାରିସ ଭିତରୁ ୪ ନମ୍ବର ଉପରେ ନଜର ପକାନ୍ତୁ  ଯେଉଁ ମଦ ଦୋକାନୀ ମିନିମମ୍ ଗ୍ୟାରେଣ୍ଟି କୋଟା ବା ଧାର୍ଯ୍ୟ କୋଟା କିମ୍ବା ତାଠାରୁ ଅଧିକ ମଦ ବିକ୍ରି କରୁଛନ୍ତି ସେହି ଦୋକାନୀକୁ ପୁରସ୍କୃତ କରିବାକୁ କମିଟି ସୁପାରିସ କରିଛି।  ଅଧିକ ରାଜସ୍ୱ  ଆଦାୟ ତଥା ବିଷାକ୍ତ ମଦର ବେଆଇନ କାରବାରକୁ ରୋକିବା ପାଇଁ କମିଟି ଅଧିକ ବିଦେଶୀ ମଦ ଦୋକାନ ଖୋଲିବାକୁ ବି ପ୍ରସ୍ତାବ ଦେଇଛି । ତେବେ ଏପରି ପ୍ରସ୍ତାବକୁ ନେଇ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛନ୍ତି ବିରୋଧୀ। ଏମିତିକି ଖୋଦ୍ ଅବକାରୀ ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଥିବା ପୂର୍ବତନ ଅବକାରୀ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଏମିତି ପ୍ରସ୍ତାବ କମିଟି ଦେଇନି।

ଏବେ ବିଦେଶୀ ଅଫଶପ୍ ଓ ଅନଶପକୁ ମିଶାଇ ରାଜ୍ୟରେ ଅଛି ୧୬୭୫ ମଦ ଦୋକାନ। ଏହାବାଦ୍ ୯୫ ବିୟର ପାର୍ଲର, ୩୪ଟି ମିଲିଟାରୀ କ୍ୟାଣ୍ଟିନ ଓ ୧୮ଟି କ୍ଲବ୍ ମଦ କାରବାର ପାଇଁ ଲାଇସେନ୍ସ ପାଇଛନ୍ତି । ଆଉ ଏ ହେଉଛି ଗତ ୧୦ ବର୍ଷର ମଦରୁ ଆସୁଥିବା ରାଜସ୍ୱରୁ ହିସାବ । ୨୦୦୯-୧୦ରେ ଅବକାରୀ ରାଜସ୍ୱ ଥିଲା ୮୪୮ କୋଟି ଟଙ୍କା ।  ଏବେ ଏହା ବଢି ପହଁଞ୍ଚିଲାଣି ୩୯୨୫ କୋଟିରେ ।  ଚଳିତ ବର୍ଷ ମଦରୁ ୪୬୦୦ କୋଟି ଆଦାୟ ପାଇଁ ଲକ୍ଷ୍ୟ ରହିଛି । ରାଜସ୍ୱ ବଢ଼ିଥିଲେ ବି ସରକାରଙ୍କ କିନ୍ତୁ ଲୋଭ କମିନି । ତେବେ ପୂର୍ବତନ ଅବକାରୀ ମନ୍ତ୍ରୀ ଶଶି ବେହେରା କହିଛନ୍ତି ଷ୍ଟାଣ୍ଡିଂ କମିଟିର ସବୁ ପ୍ରସ୍ତାବ ଗ୍ରହଣ ହୁଏନି।

ମଦରୁ ରାଜସ୍ୱ ଅଧିକ ଆସୁଥିଲେ ବି ବେଆଇନ କାରବାର ରୋକିବା ପାଇଁ ଆବଶ୍ୟକ ସଂଖ୍ୟାରେ କର୍ମଚାରୀ ନାହାନ୍ତି।  ଅବକାରୀ କନଷ୍ଟେବଳକୁ ମିଶାଇ ମୋଟ ୪୦୮ ପଦବୀ ଏବେସୁଦ୍ଧା ଖାଲି ପଡିଥିବା ବେଳେ ମଦ ଦୋକାନୀଙ୍କୁ ପୁରସ୍କାର ପ୍ରସ୍ତାବ ନୂଆ ବିବାଦ ଠିଆ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story