ରାଜ୍ୟ ସରକାର ଆଣିପାରନ୍ତି ନୂଆ ଖାଦ୍ୟ ସୁରକ୍ଷା ଯୋଜନା, ଉପକୃତ ହେବେ ୫୦ଲକ୍ଷ ଜନତା

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ  ବଡ଼ ସ୍କିମ୍ କାର୍ଯ୍ୟକାରୀ ହୋଇପାରେ । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗି ଖାଦ୍ୟ ଯୋଗାଣ ବିଭାଗ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଛି । ୨୦୧୧ ଜନଗଣନା ପରଠାରୁ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇଥିବା ନୂଆ ଯୋଗ୍ୟ ହିତାଧୀକାରୀ ଏବଂ ଆର୍ଥିକ ସ୍ୱଚ୍ଛଳ ନ ଥିବା ନିମ୍ନ […]

OR photo2017-11-04-20h18m56s781

OR photo2017-11-04-20h18m56s781

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 08:21 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ  ବଡ଼ ସ୍କିମ୍ କାର୍ଯ୍ୟକାରୀ ହୋଇପାରେ । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଲାଗି ଖାଦ୍ୟ ଯୋଗାଣ ବିଭାଗ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅନୁମୋଦନ ପାଇଁ ପ୍ରସ୍ତାବ ପଠାଯାଇଛି । ୨୦୧୧ ଜନଗଣନା ପରଠାରୁ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇଥିବା ନୂଆ ଯୋଗ୍ୟ ହିତାଧୀକାରୀ ଏବଂ ଆର୍ଥିକ ସ୍ୱଚ୍ଛଳ ନ ଥିବା ନିମ୍ନ ଓ ମଧ୍ୟମ ବର୍ଗର ହିତାଧୀକାରୀଙ୍କୁ  ଏଥିରେ ସାମିଲ କରାଯିବ । ଏହି ସ୍କିମ୍ ଅନୁସାରେ ପ୍ରାୟ ୫୦ ଲକ୍ଷ ହିତାଧିକାରୀ ଫାଇଦା ପାଇବେ ବୋଲି ଆକଳନ କରାଯାଇଛି ।

ସଖାଦ୍ୟ ସୁରକ୍ଷା ପରିଧିକୁ ଆସିବେ ଅଧିକାଂଶ ଖାଉଟି । ୫୦ ଲକ୍ଷରୁ ଅଧିକ  ଲୋକଙ୍କୁ ମିଳିପାରେ ଟଙ୍କିକିଆ ଚାଉଳ । ଏନେଇ ରାଜ୍ୟ ସରକାର ନିଜସ୍ୱ ନୂଆ ଖାଦ୍ୟ ସୁରକ୍ଷା ଯୋଜନା ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖାଦ୍ୟ ଯୋଗାଣ ବିଭାଗ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ନେଇ  ପ୍ରସ୍ତାବ ଦେଇଛି । ଏବେ ଜାତୀୟ  ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୩କୋଟି ୨୬ ଲକ୍ଷ ହିତାଧୀକାରୀଙ୍କୁ ସାମିଲ କରାଯାଇଛି।  ତେବେ ୨୦୧୧ ଜନଗଣନା ପରଠୁ ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇଥିବା ନୂଆ ଯୋଗ୍ୟ ହିତାଧୀକାରୀ ଏବଂ ଆର୍ଥିକ ସ୍ୱଛଳ ନ ଥିବା ନିମ୍ନ ଓ ମଧ୍ୟମ ବର୍ଗର ହିତାଧୀକାରୀଙ୍କୁ  ଏଥିରେ ସାମିଲ କରାଯିବା ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ପ୍ରସ୍ତାବିତ ନୂଆ ସ୍କିମ ଅନୁଯାୟୀ, ଇନକମ୍ ଟ୍ୟାକ୍ସ ଦେଉଥିବା ବ୍ୟକ୍ତି, ଚାରିଚକିଆ ଓ ତିନିଚକିଆ ଯାନ ଥିବା ବ୍ୟକ୍ତି, ସରକାରୀ ଚାକିରି ଓ ଅବସର ନେଇଥିବା କର୍ମଚାରୀ, କର୍ପୋରେଟ ଚାକିରି କରୁଥିବା ବ୍ୟକ୍ତିଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇପାରେ ।

ସେପଟେ ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୨୦୧୧ ଜନଗଣନା ପରେ ୬ ବର୍ଷ ଭିତରେ ଓଡିଶାର ଲୋକସଂଖ୍ୟା ଯଥେଷ୍ଟ ବଢିଛି । ସେଥିରୁ ୧୫ ଲକ୍ଷ ହିତାଧୀକାରୀଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ସାମିଲ କରିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଗତ ଜୁନ୍ ମାସରେ ଦାବି କରିଥିଲେ । ଯଦି ରାଜ୍ୟ ସରକାରଙ୍କ ଏହି ନିଜସ୍ୱ ସ୍କିମ୍  କାଯ୍ୟକାରୀ ହୁଏ ତେବେ ପ୍ରାୟ ୫୦ ଲକ୍ଷ ଲୋକ ଉପକୃତ ହେବେ । ଆଉ ସରକାରଙ୍କୁ ଏଥିପାଇଁ ଶହ ଶହ କୋଟି ଟଙ୍କା ହାତରୁ ଗଣିବାକୁ ପଡିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos