‘କୃଷକଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶାକୁ ୭.୭୫ କୋଟି ଟଙ୍କା ଦେଇଛି କେନ୍ଦ୍ର’
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଓ ରାଜ୍ୟରେ ମହିଳା, କ୍ଷୁଦ୍ର, ମଧ୍ୟମ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ପୋଷଣୀୟ କୃଷି ପାଇଁ ଜାତୀୟ ମିଶନ ଅଧୀନରେ ୭.୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଜଳବାୟୁ ପରିବର୍ତ୍ତନ ପ୍ରଭାବ, ପ୍ରାକୃତିକ ସମ୍ପଦର ସୁରକ୍ଷା, ଜୀବିକା ନିର୍ବାହ ଏବଂ ଓଡିଶା ସମେତ ଦେଶର ଜଙ୍ଗଲ ବାସିନ୍ଦା, ଜନଜାତି ଏବଂ ଗରିବ ଲୋକଙ୍କ ନିକଟରେ ବିକାଶ ପହଞ୍ଚିବା ପାଇଁ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି ।
— Dharmendra Pradhan (@dpradhanbjp) October 6, 2020
ଶ୍ରୀ ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି-‘“ଜଳବାୟୁ ପରିବର୍ତ୍ତନ ପ୍ରଭାବ, ପ୍ରାକୃତିକ ସମ୍ପଦର ସୁରକ୍ଷା, ଜୀବିକା ନିର୍ବାହ ଓ ଓଡ଼ିଶା ସମେତ ଦେଶର ଜଙ୍ଗଲ ବାସିନ୍ଦା, ଜନଜାତି ଏବଂ ଗରିବ ଲୋକଙ୍କ ନିକଟରେ ବିକାଶ ପହଞ୍ଚିବା ପାଇଁ ଜଙ୍ଗଲ କୃଷିର ଅପାର ସମ୍ଭାବନା ରହିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।